ପୁଣି ଜଣେ ବଡ଼ ବାବୁ...

ପୁଣି ଜଣେ ବଡ଼ ବାବୁ...

ପୁଣି ଜଣେ ବଡ଼ ବାବୁ...

ଭୁବନେଶ୍ୱର: ଗତ କିଛି ଦିନ ହେବ ପୂରା ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ଅନେକ ବଡ ବଡ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫଶିଥିବାବେଳେ ଆଜି ସକାଳୁ ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । 

ଆଜି କେନ୍ଦୁଝର ବୈତରଣୀ କେନାଲ ଡିଭିଜନ୍ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘର ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୮ଟି ଟିମ୍ ଏହି ଚଢାଉରେ ସାମିଲ୍ ଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନ ହେବ ଉମେଶ ଶାସିନୀ ଭିଜିଲାନ୍ସ ସ୍କାନରରେ ଥଲେ । ଏଯାଏ ତାଙ୍କ ସଂପତ୍ତି ବାବଦରେ କୌଣସି ସୂଚନା ମିଳି ନାହିଁ ।