ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ
ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ
admin
Jan 25, 2021 - 06:54
Updated: Jan 25, 2021 - 06:54
ଭୁବନେଶ୍ୱର - ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭି.ଏସ୍.ଏସ୍.ନଗର ଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ଏବଂ ରସୁଲଗଡ ଛକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ନେତାଗଣ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି ଅବସରରେ ଏକ ବାର୍ତାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ସେମାନଙ୍କର ନିଷ୍ଠା ଓ ପରାକାଷ୍ଠା ଦେଖାଇଛନ୍ତି । ଚାଷୀ ଏବଂ ଚାଷର ଉନ୍ନତି ପାଇଁ କଂଗ୍ରେସ ଦଳ ତପôରତାର ସହ କାର୍ଯ୍ୟ କରି ଆସିଛି । କିନ୍ତୁ ଆଜି କେନ୍ଦ୍ରର ବିଜେପି ସରକାର କଳା କୃଷି ଆଇନ୍ କାର୍ଯ୍ୟକାରୀ କରି ଅନ୍ନଦାତାମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛନ୍ତି । ଏପରିକି ଆନେ୍ଦାଳନରତ ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର କାଣିଚାଏ ଦରଦ ପ୍ରକାଶ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଏହାକୁ ବିରୋଧ କରି ଜନସଚେତନତା ସୃଷ୍ଟି କରିବା ପ୍ରଥମ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଦିପକ ମହାପାତ୍ର, ସତ୍ୟବ୍ରତ ନାୟକ, ମାନସ ଆଚାର୍ଯ୍ୟ ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ପ୍ରକାଶ ମିଶ୍ର, ସୁଶାନ୍ତ ତି୍ରପାଠୀ, ଜ୍ୟୋତିଷ ସାହୁ, ଏମ୍.ଡି. ଶାହାଦୁଲ୍ଲା, ନରୋତମ ନାୟକ, ସଂଜୟ ମିଶ୍ର, ସଂକୁନା କହଁର, ଶି୍ରୟାସ୍ମିତା ପଣ୍ଡା, ନିରଞ୍ଜନ ନାୟକ, ସୁବାସ ପ୍ରଧାନ, ଜୟକୃଷ୍ଣ ମଲିଆ, ଜୟକୃଷ୍ଣ ସୁବୁଦ୍ଧି, ସଂଜୀବ ମହାନ୍ତି, ତାପସ ସେଠୀ, ଶୈଳେନ୍ଦୁ ମଜୁମଦାର, ମୁନି ଥାପା, ମନୋରଞ୍ଜନ କୁଣ୍ଡୁ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।