ପିଟିସନରଙ୍କ ଘରକୁ ଅଣ୍ଡାମାଡ଼ ।

ପିଟିସନରଙ୍କ ଘରକୁ ଅଣ୍ଡାମାଡ଼ ।

ପିଟିସନରଙ୍କ ଘରକୁ ଅଣ୍ଡାମାଡ଼ ।
ପୁରୀ କ’ଣ ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ ଆଜି ୨.୩୦ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ରଥଯାତ୍ରା ହେବା ନେଇ ପିଟିସନର ଶୁଣାଣି କରିବେ । ନାଗପୁରସ୍ଥିତ ବାସଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ ମାମଲାର ଶୁଣାଣି କରିବେ । ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ରଥଯାତ୍ରା ବନ୍ଦ ପାଇଁ ପିଟିସନ କରିଥିବା ଜଣେ ଓକିଲଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି । ଆବେଦନକାରୀ ଓକିଲ ସୁଶାନ୍ତ ପାଢୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି । ବମିଖାଲ ସାଈ ବିହାରସ୍ଥିତ ତାଙ୍କ ଘର ଉପରକୁ କିଛି ଲୋକ ଅଣ୍ଡାମାଡ଼ କରିଛନ୍ତି । ପୁଲିସ ଉପସ୍ଥିତି ସତ୍ତ୍ୱେ ଅଣ୍ଡାମାଡ଼ କରାଯାଇଥିବାବେଳେ ପୁଲିସ ସହ ଲୋକଙ୍କ ଠେଲାପେଲା ମଧ୍ୟ ହୋଇଛି । ରଥଯାତ୍ରା ପାଇଁ ଅନୁମତି ନଦେବାକୁ ସୁଶାନ୍ତ ପାଢୀ ଅପିଲ କରିଥିଲେ ।