ପିଆଜରୁ ମିଳେ ଏହି ଏହି ଉପକାର ।

ପିଆଜରୁ ମିଳେ ଏହି ଏହି ଉପକାର ।

ପିଆଜରୁ ମିଳେ ଏହି ଏହି ଉପକାର ।
ପିଆଜ ଏବେ ଦରବୃଦ୍ଧି ଯୋଗୁ ଚର୍ଚ୍ଚାରେ ରହିଛି । ତେବେ ଏହା କେବଳ ଖାଦ୍ୟଭାବେ ବ୍ୟବହାର କରାଯାଏ ନାହିଁ । ଏହାର ଆହୁରି ଏକାଧିକ ଉପକାରିତା ରହିଛି । ଘର ରଙ୍ଗ ହୋଇଥିଲେ ଭାରି କଡ଼ା ବାସ୍ନା ହୋଇଥାଏ । ଏହି ବାସ୍ନା ଅନେକଙ୍କୁ ଭଲ ଲାଗେ ନାହିଁ । ଏପରି ସ୍ଥିତିରେ ପିଆଜକୁ ଦୁଇଫାଳ କରି ଗୋଟିଏ ଗୋଟିଏ କକ୍ଷର ଦୁଇ କୋଣରେ ରଖିଦିଅନ୍ତୁ । ଏହା କକ୍ଷ ଭିତରୁ ରଙ୍ଗ ବାସ୍ନା ଟାଣିନେବ । ମୁହଁରେ ବାରମ୍ବାର ବ୍ରଣ ହେଉଥିଲେ ପିଆଜ ଓଟ୍‌ମିଲ ଏବଂ ମହୁକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୦ ମିନିଟ୍ ଛାଡ଼ି ଦେଇ ଧୋଇଦେବେ । ଏପରି କଲେ ବ୍ରଣ କମିଯିବ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । ତେବେ କୌଣସି ଉପାୟ କରିବା ପୂର୍ବରୁ ନିଜର ମୁହଁର ପ୍ରକାର ଜାଣିବା ଲାଗି ଚର୍ମଲେରାଗ ବିଶେଷଜ୍ଞ କିମ୍ବା ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ସହ ପ୍ରଥମେ ପରାମର୍ଶ କରିବା ଉଚିତ । ଛୁରୀ କିମ୍ବା ଅନ୍ୟ କୌଣସି ଜିନିଷରେ କଳଙ୍କି ଲାଗି ଯାଇଥିଲେ ପିଆଜ ବ୍ୟବହାର କରିବା ଖୁବ୍ ଭଲ ଉପାୟ । ଏଥିପାଇଁ ପିଆଜକୁ କଳଙ୍କି ଲାଗିଥିବା ଛୁରୀରେ ତିନି ଚାରିଥର ଘଷନ୍ତୁ । କଳଙ୍କି ସଫା ହୋଇଯିବ । ପିଆଜ ଘରକାମ ସହିତ ବଗିଚାରେ ବ୍ୟବହାର କରିବା ଲାଗି ମଧ୍ୟ ଖୁବ୍ ଉପଯୋଗୀ । ଏଥିରେ ପ୍ରାକୃତିକ କୀଟନାଟକ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଚାରୋଟି ବଡ଼ ପିଆଜ, ରସୁଣ, ଦୁଇପାଖୁଡ଼ା, ଦୁଇଟି ବଡ଼ ନାଲି ଲଙ୍କା ନେଇ ସେଥିରେ ୧ ଲିଟର ପାଣି ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ତରଳ ସାବୁନ ୧ ପ୍ୟାକେଟ୍ ଆଣି ସେଥିରେ ପ୍ରାୟ ସାଢ଼େ ସାତ ଲିଟର ପାଣି ମିଶାଇବେ । ଏବେ ଏହି ଦୁଇ ମିଶ୍ରଣକୁ ଭଲ ଭାବେ ମିଶାଇଦେଲେ ଗଛ ପାଇଁ ପ୍ରକୃତି ଅନୁକୂଳ କୀଟନାଶକ ସ୍ପ୍ରେ ପ୍ରସ୍ତୁତ ହୋଇଗଲା । ସିଲଭର ବାସନ ପୁରୁଣା ହୋଇଯାଇଥିଲେ ପିଆଜକୁ ପତଳା ପତଳା କାଟି ଛେଚି ଦିଅନ୍ତୁ । ଏହା ଏକ ପାତ୍ରରେ ରଖି କିଛି ପାଣି ମିଶାଇବେ । ଏବେ ଏହି ପାଣିରେ କପଡ଼ା ଭିଜାଇ ସେଥିରେ ସିଲଭର ବାସନ ସଫା କଲେ ଉଜ୍ଜ୍ୱଳ ଦେଖାଯିବ ।