ପିଅନ୍ତୁ ଆତ ପତ୍ରରେ ପ୍ରସ୍ତୁତ ଚା’, ମିଳିବ ଏହି ସମସ୍ୟାରୁ ମୁକ୍ତି

ପିଅନ୍ତୁ ଆତ ପତ୍ରରେ ପ୍ରସ୍ତୁତ ଚା’, ମିଳିବ ଏହି ସମସ୍ୟାରୁ ମୁକ୍ତି

ପିଅନ୍ତୁ ଆତ ପତ୍ରରେ ପ୍ରସ୍ତୁତ ଚା’, ମିଳିବ ଏହି ସମସ୍ୟାରୁ ମୁକ୍ତି

ଭୁବନେଶ୍ୱର: ଆପଣ ଫଳ ନିଶ୍ଚିତ ଖାଇଥିବେ। ଆପଣ ଫଳ ଶରୀର ପାଇଁ ବେଶ୍‌ ଉପକାରୀ । ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆପଣମାନେ ସେଓ, ଅଙ୍ଗୁର, କମଳା, କଦଳୀ, ନାସପତି, ଆତ ଇତ୍ୟାଦି ଫଳ ଖାଇଥିବେ। ସବୁ ଫଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ। ହେଲେ ଆତ ଖାଇବାକୁ ଶୀତଦିନରେ ଅନେକ ଲୋକ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ। ତେବେ କେବଳ ଆତ ନୁହେଁ ବରଂ ଏହାର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ ।

ଆତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏହାର ପତ୍ରକୁ ଚା’ କରି ପିଇପାରିବେ, ଯାହା ଆପଣଙ୍କର ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ ।

ଆତ ପତ୍ରର ଫାଇଦା :

ଆତ ପତ୍ର ସ୍କିନ ପାଇଁ ବହୁତ ଫାଇଦାଯୁକ୍ତ। ଏହାର ପତ୍ରରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ସ୍କିନ ସହିତ ଜଡିତ ସମସ୍ୟା ଦୂର କରିଥାଏ । ଆତ ପତ୍ରର ଚା’ ପିଇଲେ ଚେହେରାରେ ଉଜ୍ୱଳତା ଆସିବା ସହିତ ତ୍ୱଚା ଭାଙ୍ଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆତ୍ର ପତ୍ର ଚା’ ଆଖି ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଆତପତ୍ର ଚା’ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ। ଆତପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଦୃଷ୍ଟିଶକ୍ତି ପାଇଁ ଫାଇଦାଯୁକ୍ତ।

ଆତପତ୍ର ପାଚନ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ପୋଷକ ଗୁଣ ଅପଚ, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ରୋଗ ଦୂର କରିଥାଏ। ଆତ ପତ୍ର ଚା’ ପିଇବା ଦ୍ୱାରା ପାଚନକ୍ରିୟାରେ ଆରାମ ମିଳିଥାଏ।

ଆତ ପତ୍ରରେ ହିମୋଗ୍ଲୋବିନ ବଢାଇବାର କାମ କରିଥାଏ। ଏଥିରେ ଥିବା ଆଇରନ ଏନିମିଆ ଭଳି ରୋଗ ପାଇଁ ଫାଇଦାଯୁକ୍ତ। ବ୍ଲଡ ପ୍ରେସର ଏବଂ କାଲେଷ୍ଟ୍ରୋଲ ଭଳି ସମସ୍ୟା ଦୂର କରେ ।

ଆତ ପତ୍ର ଷ୍ଟ୍ରେସ କମ୍‌ କରିଥାଏ। ଭିଟାମିନ ବି ୬ ଷ୍ଟ୍ରେସ ଦୂର କରିଥାଏ। ଆତ ପତ୍ର ଚା’ରେ ସେରୋଟୋନିନ ଏବଂ ଡିପୋମାଇନକୁ ବଢାଇଥାଏ, ଯାହା ଆପଣଙ୍କ ମୁଡକୁ ଠିକ୍‌ ରଖେ ।