ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଛୁଟି ବାତିଲ କଲେ ସରକାର
ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଛୁଟି ବାତିଲ କଲେ ସରକାର
admin
Apr 12, 2021 - 09:34
Updated: Apr 12, 2021 - 09:34
ଭୁବନେଶ୍ୱର: ଗୋଟିଏ ପଟେ କରୋନା ସଂକ୍ରମଣ । ଅନ୍ୟପଟେ ତାତି । କରୋନା ସଂକ୍ରମଣ ଯେମିତି ଦିନକୁ ଦିନ ବୃଦ୍ଧି ପାଉଛି, ସେମିତି ରାଜ୍ୟରେ ତାତି ବି ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଖରାଦିନ ପାଇଁ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉକ୍ରଟ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଛୁଟି ବାତିଲ କରିଛନ୍ତି ।
ଏଥିସହ ପାନୀୟ ଜଳ ସମସ୍ୟା ପାଇଁ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପାନୀୟ ଜଳ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଗ୍ରାମାଞ୍ଚଳ ପାଇଁ ୧୯୧୬ ଓ ସହରାଞ୍ଚଳ ପାଇଁ ୧୫୫୩୫୯ ନଂ ଜାରି କରାଯାଇଛି । ସେହିପରି ସହରାଞ୍ଚଳ ପାଇଁ ଅନ୍ୟ ଏକ ନମ୍ବର ୧୮୦୦୫୪୫୬୭୮୩ ଜାରି କରାଯାଇଛି । ୧୧୪ଟି ପୌରାଞ୍ଚଳର ୬୫୦ଟି ସ୍ଥାନରେ ଉକ୍ରଟ ପାନୀୟ ଜଳ ସମସ୍ୟା ରହିଛି । ସହରାଞ୍ଚଳରେ ୩୬ ହଜାର ୯୩୨ଟି ନଳକୂପ ଖରାପ ଅଛି । ନଳକୂପ ମରାମତି ପାଇଁ ୧୬୧ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।