ପାଣିରେ ବୁଡ଼ି ୨ ଯୁବକ ମୃତ

ପାଣିରେ ବୁଡ଼ି ୨ ଯୁବକ ମୃତ

ପାଣିରେ ବୁଡ଼ି ୨ ଯୁବକ ମୃତ
କେନ୍ଦ୍ରାପଡ଼ା ପାଟକୁରା ଚିତ୍ରତ୍ପୋଳା ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଚିତ୍ରତ୍ପୋଳା ନଦୀରେ ଆଜି ସକାଳେ ୨ଜଣ ଯୁବକ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ କୈାଣସି କାରଣରୁ ଅସାବଧାନତବଶତଃ ଗୋଡ଼ ଖସିଯିବାରୁ ଯୁବକ ୨ଜଣ ପାଣିରେ ବୁଡ଼ି ଯାଇଥିଲେ । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ପାଟକୁରା ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୨ଯୁବକ ପାଟକୁରାରେ ନିଜ ବନ୍ଧୁ ଘରକୁ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ । ଜଣେ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଓ ଜଣଙ୍କ ଘର ମୁମ୍ବାଇ ହୋଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ବୟସ ୨୫ରୁ ୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।