ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ କେଉଁ ଦଳ ବିଜୟ ଲାଭ କରିବ ଜାଣନ୍ତୁ

ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ କେଉଁ ଦଳ ବିଜୟ ଲାଭ କରିବ ଜାଣନ୍ତୁ

ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ କେଉଁ ଦଳ ବିଜୟ ଲାଭ କରିବ ଜାଣନ୍ତୁ
ନୂଆଦିଲ୍ଲୀ : ୨୦୨୧ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ବିଜେପି ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁରେ ଭଲ ପ୍ରଦର୍ଶନ ପାଇଁ ଯୋଜନା କରିଛି । ତେବେ ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ, ପଶ୍ଚିମବଙ୍ଗରେ ପୁଣି ମମତା ବାନାର୍ଜୀଙ୍କ ସରକାର ଆସିବ । କେରଳରେ ବାମ ଦଳ ସରକାର ଗଢ଼ିବାର ଥିବାବେଳେ ଡିଏମକେ ତାମିଲନାଡୁରେ ବାଜିମାତ କରିବ । ତେବେ ଆସାମରେ କିନ୍ତୁ ବିଜେପି ସରକାର ପୁଣି କ୍ଷମତାକୁ ଆସିବ ବୋଲି ସର୍ଭେରୁ ଜଣାପଡ଼ିଛି । ଆଇଏନଏସ-ସି ଭୋଟର ଜନମତ ସର୍ଭେ ଅନୁଯାୟୀ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ମମତାଙ୍କ ଟିଏମସି ୧୫୪ ଆସନରେ ଜିତି ପୁଣି ସରକାର ଗଠନ କରିବ । ତେବେ ସେଠାରେ ବିଜେପିର ଆସନ ସଂଖ୍ୟା ୩ରୁ ୧୦୨କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଅପରପକ୍ଷରେ ଜୟ ଲଳିତାଙ୍କ ବିୟୋଗ ପରେ ଏଆଇଡ଼ିଏମକେର ବଳ କମିଯାଇଛି । ସେଠାରେ ଡିଏମକେର ପଲା ଭାରି ରହିଥିବାରୁ ସରକାର ଗଢ଼ିବ ବୋଲି ସର୍ଭେରୁ ଜଣାପଡ଼ିଛି । ଡିଏମକେ ୧୬୦ ଆସନରେ ବିଜୟୀ ହେବାର ଥିବାବେଳେ ଏଆଇଡ଼ିଏମକେ ୬୪କୁ ଖସିଆସିବ । ତେବେ କେରଳରେ କିଛି ଆସନ ବାମଦଳ ହରାଇବାର ଥିଲେ ମଧ୍ୟ କ୍ଷମତାକୁ ଫେରିବାରେ ସକ୍ଷମ ହେବ । ଅପରପକ୍ଷରେ ଆସାମ ନିର୍ବାଚନରେ ବିଜେପି ୧୨୬ ବିଧାନସଭା ଆସନ ମଧ୍ୟରୁ ୭୭ ଆସନ ଦଖଲ କରି ପୁଣି ସରକାର ଗଢିବ ବୋଲି ସର୍ଭେରୁ ଆକଳନ କରାଯାଉଛି ।