ପଶ୍ଚମବଙ୍ଗ ହିଂସା, ଗୁରୁତ୍ବର ସହିତ ନେଲେ ହାଇକୋର୍ଟ

ପଶ୍ଚମବଙ୍ଗ ହିଂସା, ଗୁରୁତ୍ବର ସହିତ ନେଲେ ହାଇକୋର୍ଟ

ପଶ୍ଚମବଙ୍ଗ ହିଂସା, ଗୁରୁତ୍ବର ସହିତ ନେଲେ ହାଇକୋର୍ଟ

କୋଲକାତା:ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମୁନି। ରାଜନୈତିକ ହତ୍ୟାକାଣ୍ଡର ପ୍ରତିଶୋଧ ସୂରୁପ ବ୍ୟାପକ ପୋଡ଼ାଜଳା ଜାରିର ହିଛି। ପଶ୍ଚିମବଙ୍ଗର ବୀରଭୁମ ନିଆଁ ଲଗାବା ଘଟଣାକୁ  କଲିକତା ହାଇକୋର୍ଟ  ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି।  ଆଜି ଅପରାହ୍ନ ୨ଟା ବେଳେ  ଏହି ମାମଲାର ଶୁଣାଣି ରହିଛି। ନିଆଁ ଲଗାଇ ହିଂସା ସୃଷ୍ଟି କରିବା ଘଟଣାକୁ ଗୁରୁତର ଅପରାଧ ଭାବେ ବିବେଚନା କରିଛନ୍ତି  କୋର୍ଟ।

ମଙ୍ଗଳବାର ବୀରଭୁମରେ ଭୟଙ୍କର ପୋଡ଼ାଜଳା ହେବା ପରେ ରାଜ୍ୟ ବିଜେପି ମାମଲାକୁ ନେଇ  ହାକୋର୍ଟରେ ପହଞ୍ଚି ଥିଲା। ବେଙ୍ଗଲର ବୀରଭୁମର ରାମପୁରହତ ଗାଁରେ ନିଆଁ ଲଗାଇ ଡଜନେରୁ ଅଧିକ ଘର ଜାଳି ଦିଆଯାଇଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ଟିଏମସି ପଞ୍ଚାୟତ ନେତା ଭାଦୁ ପ୍ରଧାନଙ୍କ ହତ୍ୟା ପରେ ଏମିତି ଦଙ୍ଗା ପରିସ୍ଥିତି ଉପୁଜିଥିଲା। ସୋମବାର ଭାଦୁ ପ୍ରଧାନଙ୍କୁ ଅଜଣା ଲୋକମାନେ ବୋମା ମାଡ଼ କରିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପରେ ମଙ୍ଗଳବାର ବ୍ୟାପକ ହିଂସାକାଣ୍ଡ ଧେଖିବାକୁ ମିଳିଥିଲା।  ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛି। ସେହିପରି ଏହି ସଙ୍ଗିନ ଅପରାଧର ରିପୋର୍ଟ ମାଗିଛି କେନ୍ଦ୍ର। ଏହି ଘଟଣାରେ ଏଯାଏଁ ୧୧ ଜଣଙ୍କୁ ଗିରଫ କରାଯାଇଛି। ଦଙ୍ଗା ପରିସ୍ଥତି ପରେ ବୀରଭମୁର ଲୋକମାନେ ଗାଁ ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି। ସୁରକ୍ଷା ଦଷ୍ଟିରୁ ଗାଁ ଲୋକମାନେ ଘର ଛାଡ଼ି ପଳାଇଯାଇଥିବା କହିଛନ୍ତି।