ପଦ୍ମପୁର ଉପନିର୍ବାଚନ, କାଲି ପ୍ରଚା କରିବେ ମୁଖ୍ୟମନ୍ତ୍ରୀ
ପଦ୍ମପୁର ଉପନିର୍ବାଚନ, କାଲି ପ୍ରଚା କରିବେ ମୁଖ୍ୟମନ୍ତ୍ରୀ
ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ଏନେଇ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଆସନ୍ତା ଡିସେମ୍ବର ୨ ତାରିଖରେ ପଦ୍ମପୁର ପ୍ରଚାରରେ ଆସିବେ । ପଦ୍ମପୁର ଏନ୍ଏସି ସମେତ ୩ ବ୍ଲକ୍ ରାଜବୋଡ଼ାସମ୍ବର, ପାଇକମାଳ ଓ ଝାରବନ୍ଧ ବ୍ଲକରେ ୩ଟି ନିର୍ବାଚନୀ ସଭା ଜରିଆରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦେଇଥିବା ଲିଖିତ ସୂଚନାମତେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ ତାରିଖ ୧୦ଟାରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ଦ୍ୱାରା ଆସି ପଦ୍ମପୁର ନିକଟସ୍ଥ ସତୀଭଟା ଏୟାର୍ଷ୍ଟ୍ରିପ୍ରେ ପୂର୍ବାହ୍ନ ୧୧ଟାରେ ଓହ୍ଲାଇବେ ।
ସେଠାରୁ ହେଲିକପ୍ଟର ଯୋଗେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍ରେ ଓହ୍ଲାଇ ୧୧.୨୫ରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ। ୧୨ଟା ୧୦ ମିନିଟ୍ରେ ସେଠାରୁ ବାହାରି ସାଢ଼େ ୧୨ଟାରେ ପାଇକମାଳରେ ଓହ୍ଲାଇ ପାଇକମାଳ ଏମ୍ଇ ସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ଉଦ୍ବୋଧନ ଦେବେ। ଏହାପରେ ଅପରାହ୍ନ ୧ଟା ୧୫ ମିନିଟ୍ରେ ପାଇକମାଳରୁ ବାହାରି ସାଢ଼େ ୧ଟାରେ ପଦ୍ମପୁର-ଗାଇସିଲାଟ ରାସ୍ତାରେ ଥିବା ଟାଉନ୍ ହାଇସ୍କୁଲ୍ ପଡ଼ିଆରେ ଓହ୍ଲାଇ ନିକଟସ୍ଥ ଆର୍ଏଲ୍ କଲ୍ୟାଣ ମଣ୍ଡପରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ଜନସମର୍ଥନ ଲୋଡ଼ିବେ । ଅପରାହ୍ନ ୪ଟା ୩୦ରେ ସତୀଭଟା ଏୟାରଷ୍ଟ୍ରିପ୍ରୁ ବାହାରି ୫.୨୦ରେ ଭୁବନେଶ୍ୱରରେ ପହଞ୍ଚିବେ ।




admin 