ନୌସେନାରେ ସାମିଲ ହେବ ଆଇଏନ୍ଏସ ବିକ୍ରାନ୍ତ
ନୌସେନାରେ ସାମିଲ ହେବ ଆଇଏନ୍ଏସ ବିକ୍ରାନ୍ତ
ନୂଆଦିଲ୍ଲୀ: ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଜାହାଜ ଆଇଏନ୍ଏସ ବିକ୍ରାନ୍ତ ଆସନ୍ତା ସେପ୍ଟେମ୍ବର ୨ରେ ଭାରତୀୟ ନୌସେନାର ସାମିଲ ହେବ। କେରଳର କୋଚିନ୍ ସିପ୍ୟାର୍ଡରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ସେଠାରେ ହିଁ ଏହା ନୌସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।
ଆଇଏନ୍ଏସ ବିକ୍ରାନ୍ତର ଜଳାବତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି। ବିକ୍ରାନ୍ତ ଭାରତୀୟ ନୌସେନାରେ ସାମିଲ ହେଲେ ଦେଶର ୭୫୦୦ କିଲୋମିଟର ସମୁଦ୍ର ତଟରେଖାର ସୁରକ୍ଷା ପାଇଁ ବହୁତ ସହାୟତା ମିଳିବ।




admin 