ନେତାଜୀ ପରାକ୍ରମର ପ୍ରତିମୂର୍ତିି : ମୋଦୀ

ନେତାଜୀ ପରାକ୍ରମର ପ୍ରତିମୂର୍ତିି : ମୋଦୀ

ନେତାଜୀ ପରାକ୍ରମର ପ୍ରତିମୂର୍ତିି : ମୋଦୀ
କୋଲକାତା: କୋଲକାତାରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ନେତାଜୀ ନୁହେଁ , ଦେଶର ପରାକ୍ରମ ଓ ସ୍ୱାଭିମାନ ଜନ୍ମ ନେଇଥିଲା । ନେତାଜୀ ସୁବାଷ ବୋଷ ଭାରତର ପରାକ୍ରମର ପ୍ରତିମୂର୍ତି ଓ ପ୍ରେରଣା ଥିଲେ । ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ ତାଜୁବ ହେଉଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା ବୋଲି ସେ କହିଛନ୍ତି। ହାୱଡ଼ା ମେଲ୍‌ର ନାଁ ନେତାଜୀ ଏକ୍ସପ୍ରେସ କରାଯାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ନେତାଜୀ ରାଣୀ ଝାନ୍ସି ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ। ନିଜ ଭୂମିରେ ନିଜ ସରକାର ପାଇଁ ନେତାଜୀ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ଜାତୀୟ ପତାକା ଉଡ଼ାଇ ନିଜ ସଂକଳ୍ପ ପୂରା କରିଥିଲେ। ଆଣ୍ଡାମାନର ଉକ୍ତ ଦ୍ୱୀପକୁ ନେତାଜୀଙ୍କ ନାଁରେ ନାମିତ କରାଗଲା। କିଏ ଏମିତି ଅଛି, ଯାହା ପଛରେ ପୂରା ବ୍ରିଟିଶ ସରକାର ଲାଗିଥିଲେ। ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯାଇଥିଲେ ବୋଲି ମୋଦି କହିଛନ୍ତି।