ନୂଆ ଟେକ୍ନୋଲୋଜି କାମରେ ଲାଗିଛି ଲ୍ୟାଣ୍ଡଫୋନ

ନୂଆ ଟେକ୍ନୋଲୋଜି କାମରେ ଲାଗିଛି ଲ୍ୟାଣ୍ଡଫୋନ

ନୂଆ ଟେକ୍ନୋଲୋଜି କାମରେ ଲାଗିଛି ଲ୍ୟାଣ୍ଡଫୋନ

ଭୁବନେଶ୍ୱର: ନୂତନ ପିଢ଼ି ଆପଣଉଛି ନୂଆ ନୂଆ ଟେକ୍ନୋଲୋଜି । ସମୟ ସହିତ ଖାପ ଖୁଆଇ ଚାଲିବାରେ ଛୋଟ ଛୁଆଙ୍କ ଠାରୁ ନେଇ ବୟସ୍କ କେହି ପଛରେ ପଡ଼ି ନାହାନ୍ତି । ନୂଆ ଢ଼ାଞ୍ଚାରେ ନିଜକୁ ଗଢ଼ିତୋଳିଛନ୍ତି । ଏହି ଅଧୁନିକ ଯୁଗରେ ପିଲାଙ୍କ ଠାରୁ ନେଇ ବୟସ୍କଙ୍କ ସମେତ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ ନଚେତ କେହିକେହି ଫିଚର ଫୋନ ମଧ୍ୟ ଧରୁଛନ୍ତି । ପୂର୍ବରୁ ଥିବା ଲ୍ୟାଣ୍ଡଫୋନର ବ୍ୟବହାର ଯେପରି ମଣିଷ ଭୁଲି ହିଁ ସାରିଲାଣି । ଏହି ଲ୍ୟାଣ୍ଡଫୋନକୁ ଘରେ ରଖିବାକୁ ଲୋକଙ୍କର ଆଉ ଆଗ୍ରହ ନାହିଁ । କିନ୍ତୁ କିଛି ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଏବେ ପର୍ଯ୍ୟନ୍ତ ଲ୍ୟାଣ୍ଡଲାଇନ ଯୋଗାଯୋଗ ଅଛି । ହେଲେ ବ୍ୟକ୍ତିଗତ ଭାବେ ଲୋକେ ବ୍ୟବହାର କରିବାକୁ ଚାହୁଁନାହାନ୍ତି ।

କିନ୍ତୁ ଓଲ୍ଡ ଇଜ ଗୋଲ୍ଡ କହିଲା ପରି ବିଭିନ୍ନ ପୁରାତନ ଜିନିଷକୁ ନୂତନ ରୂପ ଦେଇ ବ୍ୟବହାର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଛି । ସେହିପରି ଲ୍ୟାଣ୍ଡ ଫୋନ ମଧ୍ୟ ଏବେ ନୂଆ ରୂପରେ ଧନୀ ଲୋକଙ୍କ ଘରେ ସ୍ଥାନ ପାଇଛି । ପୁରୁଣା ଡିଜାଇନର ଲ୍ୟାଣ୍ଡ ଫୋନକୁ ଲୋକେ ଏବେ ଘର ସଜାଇବା ପାଇଁ ରଖୁଛନ୍ତି । ଏସବୁର ଦାମ୍ ମଧ୍ୟ କିଛି କମ୍ ନୁହେଁ । ଗୋଟିଏ ଗୋଟିଏ ସୁନ୍ଦର ଡିଜାଇନର ଲ୍ୟାଣ୍ଡଫୋନର ଦାମ୍ ୫ହଜାର ଟଙ୍କାରୁ ଅଧିକ ।