ନିଟ୍ ଓ ଜେଇଇ ସପକ୍ଷରେ ମତ ରଖିଲେ ଆଇଆଇଟି ଦିଲ୍ଲୀ ନିଦେ୍ର୍ଧଶକ

ନିଟ୍ ଓ ଜେଇଇ ସପକ୍ଷରେ ମତ ରଖିଲେ ଆଇଆଇଟି ଦିଲ୍ଲୀ ନିଦେ୍ର୍ଧଶକ

ନିଟ୍ ଓ ଜେଇଇ ସପକ୍ଷରେ ମତ ରଖିଲେ ଆଇଆଇଟି ଦିଲ୍ଲୀ ନିଦେ୍ର୍ଧଶକ
ନୂଆଦିଲ୍ଲୀ : ନିଟ୍ ଏବଂ ଜେଇଇ ପରୀକ୍ଷା ସମର୍ଥନରେ ବୟାନ ଦେଇଛନ୍ତି ଦିଲ୍ଲୀ ଆଇଆଇଟି ନିଦେ୍ର୍ଧଶକ । ଆଇଆଇଟି ଦିଲ୍ଲୀ ନିଦେ୍ଧଶକ ତଥା ପ୍ରଫେସର ଭି ରାମଗୋପାଳ ରାଓ ପରୀକ୍ଷାକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି । ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷାକୁ ବନ୍ଦ କରିବା ନିମନ୍ତେ ଚାପ ପକା ଯାଉଥିବା ବେଳେ ରାଓ ଏହାର ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବର୍ଷର ଅଧାଅଧି ନଷ୍ଟ ହୋଇ ସାରିଲାଣି । ତେଣୁ ସରକାର ପରୀକ୍ଷା ରୋକିବା ଭଳି ପଦକ୍ଷେପ ଗ୍ରହଣ ନ କରନ୍ତୁ ବୋଲି ବେଣୁଗୋପାଳ ମତ ଦେଇଛନ୍ତି । ଏପରି ବିଳମ୍ବ କରାଇବା ଦ୍ୱାରା ‘ଜିରୋ ଏକାଡେମିକ ଶିକ୍ଷା ବର୍ଷ’ ହେବ ବୋଲି ରାଓ ସତର୍କବାଣୀ ଶୁଣାଇଛନ୍ତି । ଏପରି ହେବା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯିବ ବୋଲି ରାଓ ମତ ଦେଇଛନ୍ତି । ବର୍ତ୍ତମାନ ପରୀକ୍ଷା କରାଇବା ଦ୍ୱାରା ଡିସେମ୍ବର ସୁଦ୍ଧା କ୍ଲାସ ଆରମ୍ଭ କରାଯାଇପାରିବ ଏବଂ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ସ ସମାପ୍ତ କରାଯାଇପାରିବ । କରୋନା ଦୀର୍ଘ ଦିନ ଧରି ରହିବ ତେଣୁ ସାମାଜିକ ଦୂରତ୍ୱର ପାଳନ କରି ପରୀକ୍ଷା କରାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ରାଓ ମତ ଦେଇଛନ୍ତି ।