ନିଖୋଜ ଅମ୍ରିତଙ୍କ ମିଳିଲା ପତ୍ତା
ନିଖୋଜ ଅମ୍ରିତଙ୍କ ମିଳିଲା ପତ୍ତା

ନୟାଗଡ଼ : ଘରକୁ ଫେରିଲେ ଅମ୍ରିତ ପାତ୍ର । ଦୀର୍ଘ ୮୪ ଘଣ୍ଟାର ନିଖୋଜ ପରେ ଘରକୁ ଫେରିଛନ୍ତି ଅମ୍ରିତ ପାତ୍ର । ଓଡଗାଁ ପୋଲିସ ଅମ୍ରିତଙ୍କୁ ଥାନାରେ ନେଇ ପଚରାଉଚରା କରୁଛି ।
ଖବର ଅନୁଯାୟୀ, ପ୍ରତିଦିନ ପରି ଗୁରୁବାର ଦିନ ଅମ୍ରିତ ଟ୍ୟୁଉସନକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ରାସ୍ତାକଡ଼ ଅମ୍ରିତଙ୍କ ସାଇକେଲ୍ ପଡିଥିଲେ । ତାଙ୍କର କୌଣସି ଖୋଜଖବର ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି କିଛି ପତ୍ତା ମିଳିନଥିଲା । ଶେଷରେ ଥାନାରେ ଅଭିଯୋଗ କରିଥିଲେ ପରିବାର । ପୋଲିସ ଦୀର୍ଘ ୩ ଦିନ ଧରି ଲଗାତର ଛାନ୍ଭିନ୍ କରିଥିଲେ ବି କୌଣସି ପତ୍ତାମିଳିନଥିଲା ।
ତେବେ ନିଖୋଜ ହେବାର ୮୪ ଘଣ୍ଟାର ପରେ ଅମ୍ରିତଙ୍କ ପତ୍ତାମିଳିଛି । ସୋମବାର ଦିନ ଗାଁର ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ବସିଥିଲେ ଅମ୍ରିତ । ଗ୍ରାମବାସୀମାନେ ଏନେଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ଅମ୍ରିତଙ୍କୁ ଉଦ୍ଧାର କରିଥିଲେ । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅମ୍ରିତଙ୍କ ଥାନାକୁ ନେଇ ପଚରାଉଚରା କରୁଛି । ତାଙ୍କୁ କିଏ ଅପହରଣ କରିଥିଲା ? ନା ସେ କୁଆଡେ ଚାଲିଯାଇଥିଲେ ? ସେନେଇ ତନାଘନା କରୁଛି ଓଡଗାଁ ପୋଲିସ ।