ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ, କୋଟିପତି ହୋଇଯିବେ

ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ, କୋଟିପତି ହୋଇଯିବେ

ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ,  କୋଟିପତି ହୋଇଯିବେ

ଟଙ୍କା କାହାକୁ ବା ପସନ୍ଦ ନୁହେଁ । ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି । ବଡ ବଙ୍ଗଳାରେ ରହିବା ଓ ଦାମୀ କାରରେ ବୁଲିବା ପାଇଁ କାଇଁ ବା କିଏ ମନା କରିବ । ଏସବୁ ପାଇବା ପାଇଁ ସମସ୍ତେ ଦିନରାତି ପରିଶ୍ରମ କରନ୍ତି । ହେଲେ ସମସ୍ତଙ୍କୁ ଏହା ମିଳିନଥାଏ । ମଣିଷ କାମ କରି କରି ଥକି ଯାଏ ଏବଂ ଶେଷରେ ନିରାଶ ହୋଇଯାଏ । ତେବେ ଆପଣ ନିରାଶ ହୁ୍ଅନ୍ତୁନି । ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କୁ ଭାଗ୍ୟ ବଦଳାଇଦେବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ । ଏହି ଉପାୟ ପାଇଁ ଆପଣଙ୍କୁ ଏକ ବରଗଛ ନିକଟକୁ ଯିବାକୁ ପଡିବ । ସେଠାରେ ନିମ୍ନଲିଖିତ କାର୍ୟ୍ୟ କରିବାକୁ ପଡିବ ।

୧- ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ବରଗଛ ନିକଟକୁ ଯାଆନ୍ତୁ । ଗଛ ନିକଟରେ ପାନ, ଗୁଆ ଓ ଏକ କଏନ୍ ରଖି ଦିଅନ୍ତୁ । ବାସ୍, କିଛି ଦିନ ମଧ୍ୟରେ ଫଳ ଦେଖନ୍ତୁ । କୁହାଯାଏ ଶନିବାର ବରଗଛରେ ହଳଦୀ ଓ କେଶର ଚଢାଇବା ଫଳରେ ଲାଭ ମିଳିଥାଏ । ହଳଦିଆ ରଙ୍ଗର ସୂତା ବାନ୍ଧିବା ଫଳରେ ବେପାର ଆଗକୁ ବଢିଥାଏ ।

୨- ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ । ଏଥିରେ କର୍ମକ୍ଷେତ୍ରରେ ନିଶ୍ଚିତ ରୂପେ ସଫଳତା ମିଳିଥାଏ । କିନ୍ତୁ ଏହାକୁ କେବଳ ଶନିବାର ହିଁ କରନ୍ତୁ ।

୩- ଶନିବାର ବରଗଛ ତଳେ ଘିଅ ଦୀପ ଜଳାଇବା ଫଳରେ ବହୁତ ଜଲଦି ବ୍ୟାପାରରେ ଲାଭ ମିଳିଥାଏ ଏବଂ ବ୍ୟାପାର କ୍ଷେତ୍ରରେ ବନ୍ଦ ହୋଇପଡିଥିବା ପଇସା ଲାଭ ସହିତ ଫେରି ଆସିଥାଏ ।

୪- କୁହାଯାଏ ଶନିବାର ବରଗଛର ଏକ ଛୋଟ ଡାଳକୁ ଘରେ ଆଣି ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ବରଗଛରେ ଧଳା ସୂତାକୁ ୧୧ ଥର ବାନ୍ଧିବା ପରେ ଜଳ ଅର୍ପଣ କଲେ ଘରୁ ଦାରିଦ୍ର‌୍ୟ ଦୂରେଇ ଯାଏ ।

୫- ଶନିବାର ବରଗଛ ତଳେ ଶୋରିଷ ତେଲର ଦୀପ ଜାଳିବା ଫଳରେ ବରଗଛ ପୂଜାର ଲାଭ ମିଳିଥାଏ ।

୬- ଏହା ମଧ୍ୟ କୁହଯାଏ ଘରୋଇ କଳହ ଯୋଗୁଁ ଚିନ୍ତାରେ ରହୁଥିବା ବ୍ୟକ୍ତି ବରଗଛରେ କର୍ପୁର ଓ ଲବଙ୍ଗ ଜଳାଇବା ଫଳରେ ଧନ ଲାଭ ହୋଇଥାଏ । ମଙ୍ଗଳବାର ବରଗଛର ୧୧ଟି ପତ୍ରରେ ହନୁମାନଙ୍କ ସିନ୍ଦୁରରେ ରାମ ଲେଖି ଘରେ ସ୍ଥାପିତ କରିବା ଫଳରେ ଅନେକ ଲାଭ ମିଳିଥାଏ ।