ନାଗରିକତା ସଂଶୋଧନ ବିଲ୍ କ’ଣ ଆସନ୍ତୁ ଜାଣିବା

ନାଗରିକତା ସଂଶୋଧନ ବିଲ୍ କ’ଣ ଆସନ୍ତୁ ଜାଣିବା

ନାଗରିକତା ସଂଶୋଧନ ବିଲ୍ କ’ଣ ଆସନ୍ତୁ ଜାଣିବା
ନାଗରିକତା ଆଇନ୍ ୧୯୫୫ରେ କିଛି ସଂଶୋଧନର ପ୍ରସ୍ତାବ ରହିଛି । ଯାହାକୁ ନେଇ ଏବେ ବିରୋଧିମାନେ ସଂଶୋଧନକୁ କଡା ବିରୋଧ କରିଛନ୍ତି । ଆସନ୍ତୁ ଜାଣିବା କଣ ସେ ଆଇନ୍ ? ନାଗରିକତା ସଂଶୋଧନ ବିଧେୟକରେ ଏଥିରେ ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍ ଧର୍ମର ଶରଣାର୍ଥୀଙ୍କ ପାଇଁ ନାଗରିକତାର ନିୟମ ସରଳ କରିବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତର ନାଗରିକତା ହାସଲ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥା ଅନୁସାରେ ଉକ୍ତ ବ୍ୟକ୍ତି ଅତିକମ୍ରେ ବିଗତ ୧୧ବର୍ଷ ଧରି ଭାରତରେ ରହିଥିବା ବାଧ୍ୟତାମୂଳକ । ଏହି ନିୟମକୁ ସହଜ କରିବାକୁ ଯାଇ ସରକାର ନାଗରିକତା ହାସଲ ପାଇଁ ଅବଧିକୁ ଏକ ବର୍ଷରୁ ୬ ବର୍ଷ କରିବାର ପ୍ରସ୍ତାବ ରହିଛି । ଅର୍ଥାତ୍ ଏହି ତିନି ଦେଶର ୬ଟି ଧର୍ମର ଲୋକେ ଯେଉଁମାନେ ଏକ ବର୍ଷରୁ ୬ ବର୍ଷ ଧରି ଭାରତରେ ରହିଆସୁଛନ୍ତି ଏହି ବିଧେୟକ ଗୃହିତ ହେବା ପରେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ ।