ନବଦାସଙ୍କୁ ପୋଲିସ କରିଛି ଗୁଳି
ନବଦାସଙ୍କୁ ପୋଲିସ କରିଛି ଗୁଳି
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ବ୍ରଜରାଜ ନଗର ଗାନ୍ଧିଛକ ନିକଟରେ ମନ୍ତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ତେବେ ନବଦାସଙ୍କୁ ପୋଲିସ କରିଛି ଗୁଳି ଗୁଳି। କରିଥିବା ପୋଲିସ୍ ହେଉଛନ୍ତି ଏଏସଆଇ ଗୋପାଳ ଦାସ । ଏନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏଏସଆଇ ଏଭଳି କାହିଁକି କଲେ, ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ବ୍ରଜରାଜନଗର ଏସଡିପିଓ କହିଛନ୍ତି ତଦନ୍ତ କରାଯାଇ ତାଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। କୁହାଯାଉଛି ଯେ, ଏଏସଆଇ ଜଣଙ୍କ ତାଙ୍କ ସର୍ଭିସ ରିଭଲଭରୁ ୪ ରାଉଣ୍ଡ ଗୁଳି କରିଛନ୍ତି। ଗୁଳି ନବ ଦାସଙ୍କ ବାମ ଛାତିରେ ମାଡ ହୋଇଛି। ଗାନ୍ଧିଛକ ଥାନାର ଏଏସଆଇ ଗୋପାଳ ଦାସ ଗୁଳି କରିଥିବା ନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି। ତେବେ ଏଏସଆଇ ଜଣକ କ’ଣ ପାଇଁ ଗୁଳି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି।
ଗୁଳିଟି ନବଦାସଙ୍କ ଦେହରେ ବାଜିଛି । ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଗାନ୍ଧିଛକ ନିକଟରେ ଦୁର୍ବୃତ୍ତମାନେ ଛକି ରହିଥିଲେ ଏବଂ ହଠାତ୍ ଗୁଳିର ଶଦ୍ଦ ହୋଇଥିଲା । ଗୁଳିଟି ନବଦାସଙ୍କ ଛାତି ତଳେ ବାଜିଥିବା ସୂଚନା ମିଳିଛି । ତାଙ୍କୁ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି ।
ସୂଚନା ଅନୁସାରେ ବିଜେଡି ଉଦଘାଟନୀ କାର୍ୟ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ ନବ ଦାସ । ସେଠାରେ ପୋଲିସ୍ ଫୋର୍ସ ଉପସ୍ଥିତ ରହିଥିଲେ । ପୋଲିସର ଉପସ୍ଥିତି ସତ୍ତେ୍ୱ ନବଦାସଙ୍କୁ ଗୁଳିମାଡ ହୋଇଥିଲା । ରକ୍ତ ଜୁଡୁବୁଡୁ ହୋଇ ପଡି ଯାଇଥିଲେ ନବ ଦାସ । ତତ୍କ୍ଷଣାତ୍ ନବ ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଗୁଳିମାଡ ପଛରେ କାରଣ କ’ଣ ଥାଇପରେ? ବ୍ୟକ୍ତିଗତ କାରଣ ନା ରାଜନୈତିକ ଶତ୍ରୁତା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏଠାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




admin 