ନନ୍ଦନକାନନରେ ବାଘଛୁଆର ମୃତ୍ୟୁ

ନନ୍ଦନକାନନରେ ବାଘଛୁଆର ମୃତ୍ୟୁ

ନନ୍ଦନକାନନରେ ବାଘଛୁଆର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନରେ ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ନରେ ମୃତ୍ୟୁ ଘଟିଛି । ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା ବେଳେ ଠିକ୍ ଭାବରେ ଚଲାବୁଲା କରିପାରୁ ନ ଥିଲା  । ତେଣୁ ତାକୁ ଖୁଆ ପଛପଟ ଫିଡିଂ ଚ୍ୟାମ୍ବରରେ ରଖାଯାଇଥିଲା  । ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ପ୍ରାଣୀ ଉଦ୍ୟାନର ଡାକ୍ତର ବିବେକର ଚିକିତ୍ସା କରୁଥିଲେ  । ୨ ଦିନ ହେବ ସେ ଚାଲିବା ବେଳେ ଆଉ ଛୋଟାଉ ନ ଥିଲା । ମାତ୍ର ମଙ୍ଗଳବାର ସକାଳୁ ଆଉ ଉଠି ଚଲାବୁଲା କରିପାରି ନ ଥିଲା  । ତାକୁ ଟ୍ରାଙ୍କୁଲାଇଜ କରି ପଶୁ ଚିକିତ୍ସାଳୟକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  ।


ଗୋଡ଼ ଏକ୍ସରେ କରାଯିବା ପରେ ବାମପଛ ଗୋଡ଼ ନଳିହାଡ଼ ଭାଙ୍ଗିଥିବା ଜଣାପଡ଼ଥିଲା  । ମାତ୍ର ଅପରାହ୍ନରେ ଛୁଆଟି ଅଧିକ ଅସୁସ୍ଥ ହୋଇପଡ଼ିଥିଲା  । ଏହାର କିଛି ସମୟ ପରେ ତାର ମୃତ୍ୟୁ ଘଟିଥିଲା । ଏଥିପାଇଁ ନନ୍ଦନକାନନରେ ଦୁଃଖର ଛାୟା ଖେଳିଯାଇଛି ।