ନନ୍ଦନକାନନ ପାଇଁ ଦୁଃଖଦ ଖବର, ହାତୀ ‘ପ୍ରେମା’ ଅସୁସ୍ଥ
ନନ୍ଦନକାନନ ପାଇଁ ଦୁଃଖଦ ଖବର, ହାତୀ ‘ପ୍ରେମା’ ଅସୁସ୍ଥ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡ଼ିଛି। ତାର ଅବସ୍ଥା ଗୁରୁତର ରହିଛି। ଗତକାଲି ହାତୀଟି ଘାସ ଖାଉଥିବା ସମୟରେ ହଠା ତଳେ ପଡ଼ି ଅଚେତ ହୋଇ ଯାଇଥିଲା। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଏବେ ଚିକିତ୍ସା ଚାଲିଛି। ବୟସାଧିକ କାରଣ ଯୋଗୁ ହାତୀଟି ଅସୁସ୍ଥ ହୋଇପଡିଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନରେ ପର୍ୟ୍ୟଟକଙ୍କ ପାଇଁ ହାତୀ ଖୁଆଡ଼ ବନ୍ଦ ରହିଛି।
କିଛି ଦିନ ତଳେ ନନ୍ଦନକାନନରେ ବାଘୁଣୀ ‘ବିଜୟା’ର ମୃତ୍ୟୁ ଘଟିଥିଲା। ‘ବିଜୟା’ ରୋଗାକ୍ରାନ୍ତ ହେବା ପରେ ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ହେଲେ ଡାକ୍ତରୀ ଦଳ ତା’ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିଲେ। ଶେଷରେ ତାର ମୃତ୍ୟୁ ଘଟିଥିଲା।




admin 