ନଡିଆ ତେଲର ଘରୋଇ ଉପଚାର

ନଡିଆ ତେଲର ଘରୋଇ ଉପଚାର

ନଡିଆ ତେଲର ଘରୋଇ ଉପଚାର
ଆମେ ସାଧାରଣ ନଡିଆ ତେଲକୁ ଦେହାରେ ଲଗାଇବା ପାଇଁ ବ୍ୟବହାର କରିଥାଉ । କିନ୍ତୁ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକରେ ନଡିଆ ତେଲକୁ ଖାଇବା ତେଲ ଭାବରେ ବ୍ୟବହାର କରାଯାଏ । ନଡିଆ ତେଲ ଟାଇପ୍-୨ ମଧୁହେର ଲକ୍ଷଣକୁ କମ୍ କରିଥାଏ । ୨୦୦୯ରେ ହୋଇଥିବା ସର୍ଭେରୁ ଜଣା ପଡିଥିବା ଯେ ନଡିଆ ତେଲ ମଧ୍ୟମ ଧରଣର ଫ୍ୟାଟି ଏସିଡରେ ସମୃଦ୍ଧ । ଏହା ମଧୁମେହର ମୁଖ୍ୟ ଲକ୍ଷଣ ମୋଟାପଣ ରୋକିବା ସହ ଇନସୁଲିନ ପ୍ରତିରୋଦକ ଶକ୍ତି ସହ ଲଢିବାରେ ସମର୍ଥ । ନଡିଆ ତେଲ , ଘିଅ ଓ ଲହୁଣୀରେ ଥିବା ପାମିନିକ୍ ଏସିଡ୍ ଓ ମୁ୍ୟରିଷ୍ଟିକ ଏସିଡ୍ ମଧୁମେହ ରୋଗ ପାଇଁ ବେଶ୍ ଉପକାରୀ । ଏହା ବ୍ୟତୀତ ନଡିଆ ତେଲ ଖାଇବା ଦ୍ୱାରା ଶରୀରରେ ମାଗ୍ନେସିୟମ୍ ଓ କ୍ୟାଲସିୟମର ମାତ୍ରା ବଢିଥାଏ । ଯାହା ଦାନ୍ତ ଓ ହାଡକୁ ମଜବୁତ କରିଥାଏ । ମଧ୍ୟ ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ମାଗ୍ନେସିୟମ ଓ କ୍ୟାଳସିୟମ ବଢିଲେ ତାହା ଅ୍େଟିଓପୋରୋସିସକୁ ପ୍ରତିହତ କରିଥାଏ । ସେହିପରି ଘରେ ରନ୍ଧା ନଡିଆ ତେଲ ଚର୍ମ ରୋଗ ପାଇଁ ବେଶ୍ ଉପଯୋଗୀ । ନଡିଆ ତେଲରେ କର୍ପୂର ପକାଇ ଫୁଟାଇ ଯାଦୁ , ବିଇଂଚି , ଚମଦଳା , କାଛୁକୁଣ୍ଡିଆ ରୋଗରେ ବ୍ୟବହାର କଲେ ଉପଶମ ମିଳିଥାଏ ।