ଧାର୍ମିକ ସ୍ଥଳ ଖୋଲିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ, କଣ କହିଲେ ଜାଣନ୍ତୁ
ଧାର୍ମିକ ସ୍ଥଳ ଖୋଲିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ, କଣ କହିଲେ ଜାଣନ୍ତୁ
admin
Dec 14, 2020 - 07:01
Updated: Dec 14, 2020 - 07:01
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବ ଧାର୍ମିକ ସ୍ଥଳ। ଏନେଇ ମୁଖ୍ୟ ଶାସନ ସଚିବ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି। ତେବେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧାର୍ମିକ ସ୍ଥଳ ଖୋଲିବା ନେଇ ସ୍ଥାନୀୟ ସ୍ତରରେ ହିତାଧିକାରୀଙ୍କ ସହ ଆଲୋଚନା କରି ଖୋଲିବାର କ୍ଷମତା ପ୍ରଦାନ କରାଯାଇଛି। ତେବେ ଅନୁମତି ମିଳିଛି ସତ କିନ୍ତୁ ଜାରି ହୋଇଥିବା ସବୁ ଗାଇଡଲାଇନକୁ ପାଳନ କରି ଖୋଲିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇସାରିଛି । ଖୁବ୍ ଶୀଘ୍ର ଶ୍ରୀମନ୍ଦିର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ମନ୍ଦିର ଖୋଲିବା ନେଇ ହୋଇଥିବା ବୈଠକରେ ମୁଖ୍ୟ ପ୍ରଶାସକ କହିଛନ୍ତି-“ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେଲା ପରେ ୨୨ରୁ ୨୪ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିଦିଆଯିବ। ଦର୍ଶନ ସମୟରେ କୋଭିଡ୍ କଟକଣା ଜାରି ରହିବ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରଥମେ ପୁରୀ ଜିଲ୍ଲାବାସୀଙ୍କୁ ଅନୁମତି ମିଳିବ। ସବୁ ଶୃଙ୍ଖଳିତ ଭାବେ ଚାଲିଲେ ୭ ଦିନ ପରେ ପୁରୀ ଜିଲ୍ଲା ବାହାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ।”