ଦ୍ୱିତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ

ଦ୍ୱିତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ

ଦ୍ୱିତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବବେନଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସାଂସଦଭାବେ ଦ୍ୱିତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଇଛନ୍ତି ।  ଉକ୍ତ ରିପୋର୍ଟ କାର୍ଡରେ ବିକାଶ କାର୍ଯ୍ୟକ୍ରମ ଓ ଜନଅଭିଯୋଗ ଶୁଣାଣି ପ୍ରସଙ୍ଗ ଉଲ୍ଲେଖ ରହିଛି ।  ଏଥିସହ ଭୁବନେଶ୍ୱରର ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜଣାଇଛନ୍ତି ।

ସେ ଦେଇଥିବା ରିପୋର୍ଟ କାର୍ଡ ମୁତାବକ ଏନଏଚଏଆଇର ୧୧୪ କୋଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।  ତନ୍ମଧ୍ୟରେ  ହଂସପାଳ ଫ୍ଲାଏଓଭର ଓ ୩ଟି ଭେଇକେଲ ଅଣ୍ଡର ପାସ ରହିଛି ।  ଭୁବନେଶ୍ୱର ବିଭିନ୍ନ ଡ୍ରେନ, କଲଭର୍ଟ ଓ କେନାଲର ନିର୍ମାଣ ହୋଇଛି ।  ଏଥିପାଇଁ ୫୨ ଲକ୍ଷରୁ ଅଧିକ ଟଙ୍କା ଅନୁମୋଦନ ହୋଇଛି ।  ସେହିପରି ପରି ଗତ ବର୍ଷ ୨୧୫୦ଟି ଅଭିଯୋଗର ଶୁଣାଣି କରାଯାଇଥିଲାବେଳେ ୨୧୦୬ଟି ଫୈସଲା କରାଯାଇଛି ।  ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଦ୍ୱାରା ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି ।  ଲୋକସଭାରେ ୭ଟି ବିତର୍କରେ ୩୭ଟି ପ୍ରଶ୍ନ ଉପସ୍ଥାପନ କରାଯାଇଥିବା ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏହି ଅବସରରେ ରିପୋର୍ଟକାର୍ଡର ବିସ୍ତୃତ ବିବରଣୀ ସଙ୍କଳିତ ପୁସ୍ତକ ଉନ୍ମୋଚନ କରାଯାଇଛି । 

ଅନ୍ୟପକ୍ଷରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ,  ଲୋକସଭା ସାଂସଦ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତାଭାବେ ମୁଁ ମୋର ଦାୟିତ୍ୱ ସଠିକଭାବେ ନିର୍ବାହ କରିବା ପାଇଁ ପ୍ରୟାସ ଜାରି ରଖିଛି । ମୋ ପାଇଁ ରାଜନୀତି ହେଉଛି ଲୋକଙ୍କ ସହ ଜଡ଼ିତ ହେବା ଓ ସେମାନଙ୍କର ସହଭାଗିତା ନିଶ୍ଚିତ କରିବା ।  ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ନିମନ୍ତେ ଗୋଟିଏ ମଞ୍ଚତଥା ପୃଷ୍ଠଭୂମି ପ୍ରସ୍ତୁତ କରି ଏକ ସଶକ୍ତ ସମାଜର ଗଠନ କରିବାର ଆବଶ୍ୟକତା ରହିଛ ିବୋଲି ଅପରାଜତିା ଷଡ଼ଙ୍ଗୀ କହିଛନ୍ତି ।