ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ
ସିଡ଼ନୀ : ବକ୍ସିଂ ଡେ଼ ଟେଷ୍ଟରେ ଭାରତ ବାଜିମାତ କରିଛି । ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ । ଫଳରେ ୪ଟିକିଆ ସିରିଜ ୧-୧ରେ ବରାବର ହୋଇଛି । ମେଲବୋର୍ଣ୍ଣରେ ଅନୁଷ୍ଠିତ ମ୍ୟାଚରେ ଭାରତ ୮ ୱିକେଟରେ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ବିଜୟ ପାଇଁ ମାତ୍ର ୭୦ ରନ ଦରକାର ଥିବାବେଳେ ପୂଜାରା ଓ ଅଗ୍ରୱାଲ ଆଉଟ ହୋଇ ଯାଇଥିଲେ । ଫଳରେ ଗିଲ ଓ ରାହାନେ ନଟଆଉଟ ରହି ଭାରତକୁ ବିଜୟର ମୁକୁଟ ଉପହାର ଦେଇଥିଲେ । ୨୦୨୦ରେ ଭାରତ ଅଷ୍ଟ୍ରେଲିଆ ମାଟିରେ ସ୍ମରଣୀୟ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ମାତ୍ର ୧୯୫ ରନରେ ସୀମିତ ରହିଥିବାବେଳେ ଦ୍ୱିତୀୟ ଇନିଂସରେ ୨୦୦ ରନରେ ଅଟକି ଯାଇଥିଲା । ଅପରପକ୍ଷରେ ଭାରତ ପ୍ରଥମ ପାଳିରେ ୩୨୬ ରନ କରିଥିଲା । ବିଜୟ ପାଇଁ ମାତ୍ର ୭୦ ରନ ଆବଶ୍ୟକ ଥିବାବେଳେ ୨ ୱିକେଟ ହରାଇ ଭାରତ ବାଜିମାତ କରିପାରିଛି । ପ୍ରଥମ ଟେଷ୍ଟରେ ଭାରତ ମାତ୍ର ଅଢେ଼ଇ ଦିନରେ ପରାସ୍ତ ହୋଇଥିବାବେଳେ ଏବେ ମଧୁର ପ୍ରତିଶୋଧ ନେଇଛି । ଅଜିଙ୍କା ରାହାନେ ପ୍ରଥମ ଇନିଂସରେ ୧୧୨ ରନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୨୭ ରନ କରି ନଟଆଉଟ ରହିଥିଲେ । ଫଳରେ ସେ ମ୍ୟାନ ଅଫ ଦ ମ୍ୟାଚ ହୋଇପାରିଛନ୍ତି । ମହମ୍ମଦ ସିରାଜ ୩ ୱିକେଟ ଓ ରବୀନ୍ଦ୍ର ଜାଡେ଼ଜା ୨ଟି ୱିକେଟ ନେଇ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସରେ ଅଟକାଇଥିଲେ । ଅପରପକ୍ଷରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ବୁମରା ୪ ୱିକେଟ ଓ ରବିଚନ୍ଦ୍ର ଅଶ୍ୱିନ ୩ ୱିକେଟ ନେଇ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।