ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ

ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ

ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତଅଧିବେଶନ। ଏନେଇ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର। ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନ ଦୈନିକ ମାତ୍ର ସାଢେ ୪ ଘଣ୍ଟା ଚାଲିବ। ତେବେ ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନଥିବା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ- ବିଧାନସଭା ଲାଗି ଆସନ୍ତାକାଲି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ୟ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ୟ୍ୟନ୍ତ ଚାଲିବ ।