ଦେଶୀ ମଦ ପିଇ ୫ ମୃତ, ତିନି ଗୁରୁତର

ଦେଶୀ ମଦ ପିଇ ୫ ମୃତ, ତିନି ଗୁରୁତର

ଦେଶୀ ମଦ ପିଇ ୫ ମୃତ, ତିନି ଗୁରୁତର
ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଶୀ ମଦ ପିଇ ୫ଜଣଙ୍କର ଜୀବନ ଯାଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁହୋଇଥିବାର ଅଭିଯୋଗ ହୋଇଛି । ଫୁଲପୁର ଥାନା ଇମିଲିଆ ଗ୍ରାମରୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବର ଖବର ମିଳିଛି । ମଦ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଜାରି ରଖିଛି । ତେବେ ଗ୍ରାମରେ ମଦ ବିକ୍ରି କରୁଥିବା ଶ୍ୟାମବାବୁ ଓ ସଙ୍ଗୀତା ଦୁହେଁ ଫେରାର୍‌ ହୋଇଛନ୍ତି ।ଶ୍ୟାମବାବୁ ସ୍ଥାନୀୟ ପୋଲିସ୍‌ଙ୍କ ସହ ମିଶି ଅବୈଧ ଉପାୟରେ ବିଷାକ୍ତ ମଦ କାରବାର କରୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।