ଦେଶରେ ଗୋଟିଏ ଦିନରେ କରୋନା ନେଲା ୧୩୨୧ ଜଣଙ୍କ ଜୀବନ

ଦେଶରେ ଗୋଟିଏ ଦିନରେ କରୋନା ନେଲା ୧୩୨୧ ଜଣଙ୍କ ଜୀବନ

ଦେଶରେ ଗୋଟିଏ ଦିନରେ କରୋନା ନେଲା ୧୩୨୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି ପାଇଛି । ଦିନକରେ ୫୪ ହଜାର ୬୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୭ ହଜାର ୫୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ରେ ପହଞ୍ଚିଛି । କାଲି ସୁଦ୍ଧା ୩୦ କୋଟି ୧୬ ଲକ୍ଷ ୨୬ ହଜାର ୨୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।