ଦେଶରେ କରୋନା ନେଲା ୪୩ ଜୀବନ
ଦେଶରେ କରୋନା ନେଲା ୪୩ ଜୀବନ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଗତ ତିନିଦିନ ଧରି ୧୮ ହଜାର ଉପରେ ରହୁଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୮, ୮୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୪୩ ଜଣଙ୍କ ଜୀବନ ନେଇଛି ମହାମାରୀ ।
ଏଯାବତ ଦେଶରେ ୫ ଲକ୍ଷ୨୫ ହଜାର ୩୮୬ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଏକ ଲକ୍ଷ ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୦୨୮କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୧୪%ରେ ପହଞ୍ଚିଛି । ଏଯାବତ୍ ୪ କୋଟି ୨୯ ଲକ୍ଷ ୫୩ହଜାର ୯୮୦ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ ୧୯୮ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।




admin 