ଦେଶରୁ ଦିନକରେ ୬୦ ହଜାର କରୋନା ପଜିଟିଭ୍ ଚିହ୍ନଟ
ଦେଶରୁ ଦିନକରେ ୬୦ ହଜାର କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୬୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୬ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ନୂତନ ସଂକ୍ରମଣସଂଖ୍ୟା କମ୍ ରହିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦,୭୫୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୬୪୭ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୯୮,୨୩,୫୪୬ ଓ ମୃତ୍ୟୁସଂଖ୍ୟା ୩,୮୫,୧୩୭ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୯୭,୭୪୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୮୬,୭୮,୩୯୦ରେ ପହଞ୍ଚିଛି ।




admin 