ଦୁଷ୍କର୍ମ ମାମଲାରେ ଫସିଲେ ବିଧାୟକଙ୍କ ପୁଅ

ଦୁଷ୍କର୍ମ ମାମଲାରେ ଫସିଲେ ବିଧାୟକଙ୍କ ପୁଅ

ଦୁଷ୍କର୍ମ ମାମଲାରେ ଫସିଲେ ବିଧାୟକଙ୍କ ପୁଅ

ଜୟପୁର: ରାଜସ୍ଥାନ ଦଉସା ଜିଲ୍ଲାରେ ଜଣେ ୧୫ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଦୁଷ୍କର୍ମ ଘଟଣା ପଛରେ କଂଗ୍ରେସ ବିଧାୟକଙ୍କ ପୁଅ ସାମିଲ ଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣଙ୍କ ତାଙ୍କ ଏଫଆଇଆରରେ ଦୀପକ ମୀନାଙ୍କ ନାଁ ଉଲ୍ଲେଖ କରିଛନ୍ତି। ଦୀପକ ହେଉଛନ୍ତି ରାଜଗଡ଼ ଓ ଅଲୱାରର ବିଧାୟକ ଜୋହାରି ଲାଲ ମୀନଙ୍କ ପୁଅ। ମାର୍ଚ୍ଚ ୨୦ରେ ପୀଡ଼ିତା ଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ବର୍ଷ ଦୀପକ ତାଙ୍କୁ ଗୋଟିଏ ହୋଟେଲକୁ ନେଇଥିଲେ। ହୋଟେଲରେ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ନାବାଳିକାଙ୍କୁ ବ୍ଲାକମେଲ କରାଯାଇଥିଲା। ଏଥିସହ ତାଙ୍କୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେବାକୁ ବାଧ୍ୟ କରାଯାଇଥିଲା। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଅପଲୋଡ କରିବାର ଧମକ ଦେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବ୍ଲାକମେଲ କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାରେ ଏଯାଏ କେହି ବି ଗିରଫ ହୋଇନାହାନ୍ତି। ତେବେ ପୁଲିସ୍ ଏଫଆଇଆର ରୁଜୁ କରି ଘଟଣାର ଅଧିକ ଖୋଳତାଡ଼ କରୁଛି।

ଜଣେ କଂଗ୍ରେସ ବିଧାୟକଙ୍କ ପୁଅ ଦୁଷ୍କର୍ମ ମାମଲାରେ ଫସିଥିବାରୁ ରାଜସ୍ଥାନ ସରକାର ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ତେଣୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ସରକାରଙ୍କୁ ବ୍ୟାକଫୁଟକୁ ଠେଲିବାକୁ ଉଦ୍ୟମ ଆରମ୍ଭ କରିଛି।