ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଇଟି ଆସନରୁ ଲଢ଼ିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ବର୍ଣ୍ଣାଲ ଜିଲ୍ଲାର ଭଦୌରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି। ଉଭୟେ ଆସନ ବିଧାନସଭା ନିର୍ବାଚନ ପାଇଁ ସଂରକ୍ଷିତ ରହିଛି।  ଆସନ୍ତା କାଲି ଦିନ ୧୧ଟାରେ ଚନ୍ନି ଭଦୌରର ଆସନ ପାଇଁ  ପ୍ରାର୍ଥିପତ୍ର ଦାଖଲ କରିବେ।

୨୦୦୭ ନିର୍ବାଚନରେ ଚନ୍ନି ପ୍ରଥମଥର ପାଇଁ ଚମକୌର ସାହିବ ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ। ଏହା ପରେ ସେ ଦୀର୍ଘ ଦିନ  ଉକ୍ତ ଆସନକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି। କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଚନ୍ନି ମନ୍ତ୍ରୀ ପଦ ପାଇଥିଲେ। ୨୦୧୫ରୁ ୨୦୧୬ ପର୍ୟ୍ୟନ୍ତ ଚନ୍ନି ବିରୋଧୀ ଦଳ ନେତା ଭାବେ ସେବା ଯୋଗେଇ ଦେଇ ଆସିଛନ୍ତି। ପଞ୍ଜାବର ପ୍ରଥମ ଦଳିତ ନେତା ଭାବେ ଚନ୍ନି ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଛନ୍ତି।