ପୁଣି ବିଜେଡ଼ି ମାରିବ ସେଂଚୁରୀ
ପୁଣି ବିଜେଡ଼ି ମାରିବ ସେଂଚୁରୀ
admin
May 21, 2019 - 03:04
Updated: May 21, 2019 - 03:04
ଭୁବନେଶ୍ୱର : ଫେଲ ମାରିବ ବିଜେପିର ମିଶନ ୧୨୦ । ଲୋକସଭା କ୍ଷେତ୍ରରେ ଦଳ ଦମଦାର ପ୍ରଦର୍ଶନ କରିବାକୁ ଯାଉଥିବାବେଳେ ବିଧାନସଭା କ୍ଷେତ୍ରରେ କିନ୍ତୁ ବିଜେଡ଼ି ଠାରୁ ଢେର ପଛରେ ପଡ଼ିଯିବ । ଘରୋଇ ଗଣମାଧ୍ୟମଗୁଡ଼ିକ ଏକଜିଟ ପୋଲ ତଥ୍ୟରୁ ଏହା ଜଣାପଡ଼ିଥିଲା । ତେବେ ଇଣ୍ଡିଆ ଟୁଡେ଼-ଏକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବିଧାନସଭା ଫଳାଫଳ ନେଇ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି ।
ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ବିଜୁ ଜନତା ଦଳ ୮୯ରୁ ୧୦୫ ଆସନ ପାଇବାରେ ସଫଳ ହେବ । ୨୦୧୪ରେ ଦଳ ୧୧୭ ଆସନ ପାଇଥିବାବେଳେ ଏଥର କିନ୍ତୁ ସଂଖ୍ୟା କମିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦଳ କିନ୍ତୁ ପୂର୍ବାପେକ୍ଷା ଅଧିକ ଭୋଟ ସାଉଁଟିପାରିବ । ବିଜେଡ଼ିକୁ ୨୦୧୪ରେ ୪୩.୪% ଭୋଟ ମିଳିଥିବାବେଳେ ଏବେ ୪୪% ଭୋଟ ମିଳିବ । ତେବେ ବିଜେପି ଗତଥର ଅପେକ୍ଷା ବହୁତ ଭଲ ପ୍ରଦର୍ଶନ କରିବ । ଦଳର ଆସନ ସଂଖ୍ୟା ୨୯ରୁ ୪୩ ଯାଏଁ ପହଁଚିବ । ସେହିପରି ୨୦୧୪ରେ ମାତ୍ର ୧୮% ଭୋଟ ପାଇଥିବା ବିଜେପି ୨୦୧୯ରେ ୩୫% ଭୋଟ ହାତେଇ ନେବାରେ ସଫଳ ହେବ । କିନ୍ତୁ ୨୦୧୪ ଭଳି ଏଥର ମଧ୍ୟ ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ କଂଗ୍ରେସକୁ ଚରମ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ । ଦଳର ଆସନ ସଂଖ୍ୟା ୮ରୁ ୧୨ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି ।
ଅପରପକ୍ଷରେ ବିଜେଡ଼ି ଏସସି, ଏସଟି, ଓବିସି ଓ ମୁସଲିମ ଭୋଟ ହାତେଇ ନେଇଥିବାବେଳେ ସାଧାରଣବର୍ଗ ଭୋଟ କିନ୍ତୁ ବିଜେପି ପାଇବାରେ ସଫଳ ହୋଇଛି । ସେହିପରି କାଳିଆ ଯୋଜନା ବିଜେଡ଼ି ପାଇଁ ଫାଇଦା ଆଣି ଦେଇଥିବା ଆକଳନ କରାଯାଇଛି ।