ଦିଲ୍ଲୀରେ ଲକଡାଉନ ଘୋଷଣା କରୁ କରୁ ମଦ ଦୋକାନରେ ପ୍ରବଳ ଭିଡ଼

ଦିଲ୍ଲୀରେ ଲକଡାଉନ ଘୋଷଣା କରୁ କରୁ ମଦ ଦୋକାନରେ ପ୍ରବଳ ଭିଡ଼

ଦିଲ୍ଲୀରେ ଲକଡାଉନ ଘୋଷଣା କରୁ କରୁ ମଦ ଦୋକାନରେ ପ୍ରବଳ ଭିଡ଼
ନୂଆଦିଲ୍ଲୀ: କରୋନାରେ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ମୃତୁ୍ୟ ସଂଖ୍ୟା ବି ବଢୁଛି । ହେଲେ ମଦ୍ୟପଙ୍କ ଏଥିପ୍ରତି ତିଳେ ମାତ୍ର ଖାତିର ନାହିଁ । ମୁଖ୍ୟମନ୍ତ୍ରୀ କରୋନାର ବିକଟାଳ ଚିତ୍ର ଦେଖି ଲକଡାଉନ ଘୋଷଣା କରୁ କରୁ ମଦ ଦୋକାନରେ ଭିଡ଼ ଲାଗିଛି । କରୋନାକୁ ମାତ ଦେବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏହାକୁ ଖାତିର ନକରି ମଦ ଦୋକାନ ଆଗରେ ଠେଲା ପେଲା କରି ମଦ ନେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଆଜି କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀେୀ ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହି ଘୋଷଣା ହେଉ ହେଉ ସବୁ ମଦ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ମଦ ନେବା ପାଇଁ ବିଭିନ୍ନ ସ୍ଥାନରେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଜଣେ ଜଣେ ପେଟି ପେଟି ମଦ ବୋହି ନେଉଥିବା ଦେଖିବାକୁ ମିଳୁଛି । ପ୍ରକାଶ ଯେ, ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଲକଡାଉନ ଘୋଷଣା କରିଛନ୍ତି । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରାଯାଇଛି । ୬ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି କେଜ୍ରିୱାଲ । କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡାଉନ ଘୋଷଣା ଅବସରରେ କେଜ୍ରିୱାଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦିଲ୍ଲୀରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଏବେ ଦୈନିକ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେ ବେଡ ସବୁ ଭର୍ତ୍ତି ହୋଇଯାଇଛି । ତେବେ ଲକଡାଉନ ସମୟରେ ଦିଲ୍ଲୀ ଛାଡ଼ିନଯିବାକୁ କେଜ୍ରିୱାଲ ଲୋକଙ୍କୁ ଅପିଲ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ଗତ ୨ ଦିନରେ ୫୦ ହଜାରରୁ ଅଧିକ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରେ ଗତ ଦୁଇ ଦିନରେ ୩୩୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ ଉପଲବ୍ଧ ହୋଇପାରୁନି । ଦିଲ୍ଲୀରେ ପରିସ୍ଥିତି ଏପରି ହୋଇଛି କରୋନା ଆକ୍ରାନ୍ତଙ୍କୁ କେଉଁଠି ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ ମିଳୁନଥିବା ଖବର ଆସୁଛି । ସୂଚନା ଅନୁଯାୟୀ ଦିଲ୍ଲୀରେ ୧୮ ହଜାର ବେଡ ରହିଛି, ସେଥିରୁ ଏବେ ୧୫ ହଜାର ବେଡ୍ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୪୨୦୧ ଆଇସିୟୁ ବେଡ୍ ରହିଛି, ସେଥିରୁ ୪୧୦୫ ବେଡ୍ରେ ରୋଗୀ ଚିକିତ୍ସତ ହେଉଛନ୍ତି । ଅର୍ଥାତ ଆଉ ମାତ୍ର ୧୦ଟି ଆଇସିୟୁ ବେଡ୍ ଖାଲି ରହିଛି ।