ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ ଲକ୍ଡାଉନ୍ ! ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ
ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ ଲକ୍ଡାଉନ୍ ! ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ
admin
Nov 17, 2020 - 10:29
Updated: Nov 17, 2020 - 10:29
ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି। ଏଥିପାଇଁ କେଜରୀଓ୍ବାଲ ଏଲ୍ଜିଙ୍କୁ ପ୍ରସ୍ତାବ ପଠାଇଛନ୍ତି ।
ଆବଶ୍ୟକତା ପଡିଲେ ଦିଲ୍ଲୀ ସରକାର ବଜାର ବନ୍ଦ ନେଇ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବଜାରଗୁଡିକରେ କରୋନା ନିୟମ ଶକ୍ତ ରୂପେ ପାଳନ ହେଉନାହିଁ ବା କରୋନା ହଟସ୍ପଟ୍ ରହିଛି ସେହି ସମସ୍ତ ବଜାରକୁ ବନ୍ଦ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ ଦିଲ୍ଲୀରେ ବିବାହ କାର୍ୟ୍ୟକ୍ରମରେ ୨୦୦ ଅତିଥିଙ୍କୁ ଯୋଗଦେବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଏହାକୁ ୫୦କୁ କମାଇ ଦିଆଯାଇଛି। ଏଥିସହ ପ୍ରତ୍ୟେକ ବିବାହ,ବ୍ରତ କାର୍ୟ୍ୟକ୍ରମରେ ଯେଭଳି କୋଭିଡ୍ ନିୟମ ପାଳନ ହେବ ସେନେଇ ମଧ୍ୟ ଲକ୍ଷ୍ୟ ରଖିବାକୁ କୁହାଯାଇଛି।
କରୋନା ସଂକ୍ରମଣର ତୃତୀୟ ଲହର ଦିଲ୍ଲୀଠାରେ ଆରମ୍ଭ ହୋଇଛି । ଦିଲ୍ଲୀରେ ଏବେ ପ୍ରତ୍ୟେକ ସପ୍ତାହରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଏବେ ସୁଦ୍ଧା ମୋଟ ୪ ଲକ୍ଷ ୮୯ ହଜାର ୨୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏଠାରେ ୪୦ହଜାରରୁ ଉର୍ଦ୍ଧ୍ବ ସକ୍ରିୟ ସଂକ୍ରମିତ ରହିଛନ୍ତି ।