ଦିଦିଙ୍କ ଦଳକୁ ଯିବେ କି ବରୁଣ

ଦିଦିଙ୍କ ଦଳକୁ ଯିବେ କି ବରୁଣ

ଦିଦିଙ୍କ ଦଳକୁ ଯିବେ କି ବରୁଣ


ନୂଆଦିଲ୍ଲୀ: ବିଜେପିଠାରୁ ଦୂରେଇ ଚାଲିଥିବା ସାଂସଦ ବରୁଣ ଗାନ୍ଧିଙ୍କୁ ନେଇ ଏବେ ନୂଆ ଚର୍ଚ୍ଚା । ସେ ଖୁବଶୀଘ୍ର ମମତା ବାନାର୍ଜୀଙ୍କ ଦଳ ଟିଏମସିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସପ୍ତାହରେ ମମତା ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମମତା ଓ ବରୁଣଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ । ବିସ୍ତୃତ ଆଲୋଚନା ପରେ ବରୁଣ ଓ ତାଙ୍କ ମା’ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନେକା ଗାନ୍ଧି ଟିଏମସିରେ ସାମିଲ ହୋଇପାରନ୍ତି । 

  ଗତ କିଛିଦିନ ହେବ ବରୁଣ ଖୋଲାଖୋଲି ବିଜେପିର ନୀତିକୁ ସମାଲୋଚନା କରୁଛନ୍ତି । ଚାଷୀ ଆନେ୍ଦାଳନ ହେଉ କି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ଚାଷୀଙ୍କୁ ମାରିବା ଘଟଣାରେ ବରୁଣଙ୍କ ମନ୍ତବ୍ୟ ବିଜେପିର ଚିନ୍ତା ବଢ଼ାଇଥିଲା । ଏପରିକି ପଦ୍ମଶ୍ରୀ କଙ୍ଗନା ରଣାୱତ ଦେଶର ସ୍ୱାଧୀନତା  ସଂଗ୍ରମା ଓ ଗାନ୍ଧିଜୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବରୁଣ ସମାଲୋଚନା କରିଥିଲେ । କଙ୍ଗନା ପ୍ରସଙ୍ଗରେ ବିଜେପି ନୀରବ ରହୁଥିବାବେଳେ ବରୁଣଙ୍କ କଟୁ ମନ୍ତବ୍ୟ ଦଳ ପାଇଁ ଅଡ଼ୁ୍ରଆ ସୃଷ୍ଟି କରିଛି । ନିକଟରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିରୁ ବରୁଣ ଓ ମେନେକାଙ୍କୁ ବିଜେପି ବାଦ୍ ଦେଇଥିଲା । ଏହା ପରଠୁ ବରୁଣ ଓ ମେନେକା ବିଜେପି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଜାତୀୟ ସ୍ତରରେ ଟିଏମସ ନିଜକୁ ବଡ଼ ବିକଳ୍ପ ଭାବେ ଛିଡ଼ା କରିବାକୁ ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ବିଜେପି ଓ କଂଗ୍ରେସର ନେତାମାନଙ୍କୁ ମମତା ନିଜ ଦଳରେ ସାମିଲ କରିବାରେ ଲାଗିଛନ୍ତି ।