ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପ୍ରକି୍ରୟା ଆରମ୍ଭ

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପ୍ରକି୍ରୟା ଆରମ୍ଭ

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପ୍ରକି୍ରୟା ଆରମ୍ଭ
ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପ୍ରକି୍ରୟା ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ କତୃପକ୍ଷ ପ୍ରକି୍ରୟା ଆରମ୍ଭ କରିଛନ୍ତି । ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପିଲାଙ୍କ ବିବରଣୀ ମାଗିଲେ ଡିଇଓ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିଦେ୍ର୍ଧଶ ଦିଆଯାଇଛି । ଫର୍ମାଟରେ ସ୍କୁଳ ନାମ, ନମ୍ବର ଓ ରୋଲ ନମ୍ବର ଆଦି ସବୁ ରହିଛି । ଦଶମ ଟେଷ୍ଟ ଓ ନବମ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ ଲାଗି କୁହାଯାଇଛି । ସବୁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଦେ୍ର୍ଧଶ ଦେବାକୁ ଡିଇଓଙ୍କୁ ଚିଠି ଲେଖାଯାଇଛି । ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ କୁହାଯାଇଛି ।