ଦକ୍ଷିଣରେ ଆଉ ଏକ ବାତ୍ୟା ‘ବୁରେଭି’, ତାମିଲନାଡୁ, କେରଳରେ ହାଇ ଆଲର୍ଟ

ଦକ୍ଷିଣରେ ଆଉ ଏକ ବାତ୍ୟା ‘ବୁରେଭି’, ତାମିଲନାଡୁ, କେରଳରେ ହାଇ ଆଲର୍ଟ

ଦକ୍ଷିଣରେ ଆଉ ଏକ ବାତ୍ୟା ‘ବୁରେଭି’, ତାମିଲନାଡୁ, କେରଳରେ ହାଇ ଆଲର୍ଟ
ନୂଆଦିଲ୍ଲୀ: ଦକ୍ଷିଣରେ ବାତ୍ୟା ‘ନିଭାର’ ପରେ ଏବେ ‘ବୁରେଭି’ ଆତଙ୍କ ଖେଳାଇଚି । ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ତାମିଲନାଡୁ ଏବଂ କେରଳରେ ହାଇଆଲର୍ଟ ଜାରି ହୋଇଛି । କେରଳର ୪ ରାଜ୍ୟ ଥିରୁଅନନ୍ତପୁରମ, କୋଲ୍ଲାମ, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ସରକାର ରେଡ ଆଲର୍ଟ ଜାରି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ୮ ଏନଡିଆରଏଫ ଟିମ ପହଞ୍ଚି ସାରିଛନ୍ତି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଥିରୁ ଅନନ୍ତପୁରମର ୪୮ଟି ଗ୍ରାମ ପାଇଁ ସ୍ୱତନ୍ତ୍ର ରେଡ ଆଲର୍ଟ ଜାରି ହୋଇଛି । ବାତ୍ୟା ‘ବୁରେଭି ଦୁଇଟି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି । ଏହି ବାତ୍ୟା ରାତିରେ ଶ୍ରୀଲଙ୍କା ଅତିକ୍ରମ କରିବ ।