ଡେଙ୍ଗୁ ଜ୍ୱରର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁ ଜ୍ୱରର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁ ଜ୍ୱରର ଆୟୁର୍ବେଦୀୟ ଉପଚାର
ଭୁବନେଶ୍ୱର : ମଶା ଦ୍ୱାରା ହେଉଥିବା ଡେଙ୍ଗୁ ଜ୍ୱର ଏକ ମାରାତ୍ମକ ରୋଗ । ଏହି ରୋଗ ହେଲେ ଶରୀରରେ ପ୍ଳେଟଲେଟସ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଏ । ଜ୍ୱର ସାଙ୍ଗକୁ ଭୟଙ୍କର ମୁଣ୍ଡ ବିନ୍ଧା ଓ ଗଣ୍ଠି-ବ୍ୟଥା ଏହି ରୋଗର ମୁଖ୍ୟ ଲକ୍ଷଣ । ଡେଙ୍ଗୁ ପୀଡିତ ବ୍ୟକ୍ତି ଶକ୍ତିହୀନତା ଅନୁଭବ କରନ୍ତି । ଏହି ସମୟରେ ଅମୃତଭଣ୍ଡା ଗଛର ପତ୍ର ମହୌଷଧୀ ସଦୃଶ୍ୟ କାମ କରେ । ଏହା ଜ୍ୱର କମାଇବା ସହ ପ୍ଲେଟଲେଟସ ସଂଖ୍ୟା ବଢାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଡାକ୍ତରୀ ଔଷଧ ଶୀଘ୍ର ଧରିବାରେ ସାହାର୍ଯ୍ୟ କରେ । ଆଜିକାଲି ଅମୃତଭଣ୍ଡା ପତ୍ର ରସରୁ ତିଆରି ବଟିକା ବଜାରରେ ମିଳୁଛି । ତେବେ ତାଜା ପତ୍ରର ରସ ଅଧିକ ଉପକାରୀ । ପ୍ରସ୍ତୁତି ଓ ପ୍ରଣାଳୀ: ତାଜା ଅମୃତଭଣ୍ଡା ପତ୍ର ଭଲଭାବେ ଧୋଇ, କାଟି, ଗରମ ପାଣିରେ ଫୁଟାନ୍ତୁ । ପାଣି ଫୁଟିଫୁଟି ଅଧା ମରିଗଲେ, ଥଣ୍ଡା ହେବାକୁ ଦିଅନ୍ତୁ । ଚାହା ଛଣାରେ ଛାଣି ପତ୍ର ବାହାର କରିଦିଅନ୍ତୁ । ଏହି ପାଣି ଦିନରେ ତିନି ଚାରିଥର, ଦୁଇ ଚାମଚ ଲେଖାଏ ପିଇଁଲେ ଉପଶମ ମିଳିବ ।