ଜାଣନ୍ତୁ ଋତୁସ୍ରାବ ସମୟରେ କଣ କରିବା ଦରକାର
ଜାଣନ୍ତୁ ଋତୁସ୍ରାବ ସମୟରେ କଣ କରିବା ଦରକାର
admin
May 31, 2019 - 11:47
Updated: May 31, 2019 - 11:47
ମାସିକ ଋତୁସ୍ରାବ ସମୟରେ କିଛି ମହିଳାଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ । ଋତୁସ୍ରାବ ଆରମ୍ଭ ହେବାର ପ୍ରଥମ ଦୁଇ ଦିନ ସାଧାରଣତଃ ଅଧିକ ଯନ୍ତ୍ରଣା ହୁଏ । ଯନ୍ତ୍ରଣା ଦୂର ପାଇଁ କେତେକ ଔଷଧ ସେବନ କରିଥାନ୍ତି ତ ଆଉ କିଏ ଗରମ ପାଣି, ଚା’, କଫିର ସାହାରା ନେଇଥାନ୍ତି । ମାତ୍ର ଏହିଦିନ ମାନଙ୍କରେ ଅଜାଣତରେ କିଛି ଭୁଲ୍ ଦ୍ୱାରା ଯନ୍ତ୍ରଣା ବଢିଯାଇଥାଏ । ତେଣୁ ସେଥିପ୍ରତି ସତର୍କତାର ଆବଶ୍ୟକତା ରହିଛି ।
ଏହି ସମୟରେ ଅଧିକ ମିଠା ଓ ଲୁଣି ଜିନିଷ ଖାଇବାଠାରୁ ଦୂରେଇ ରହିଲେ ଭଲ । କାରଣ ମିଠା ଖାଇବା ଦ୍ୱାରା ଦେହ ଫୁଲି ଯାଏ ଏବଂ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ବୃଦ୍ଧି ପାଏ । ଫଳରେ ଯନ୍ତ୍ରଣା ମଧ୍ୟ ବଢିଯାଏ । ସେହିପରି ଏହି ସମୟରେ ମସଲାଦାର କିମ୍ବା ଅଧିକ ମିଠା ଓ ଲୁଣି ଖାଦ୍ୟ ଖାଇବା ପରିବର୍ତ୍ତେ ହାଲ୍କା ଖାଦ୍ୟ ଖାଇବା ଆବଶ୍ୟକ। ଏହି ସମୟରେ ୮ରୁ ୯ ଘଣ୍ଟା ନିଦ୍ରା ଯିବା ଆବଶ୍ୟକ। ଏହା ଦ୍ୱାରା ଶରୀରରେ ହରମୋନ୍ କ୍ଷରଣରେ ସମନ୍ବୟ ସୃଷ୍ଟି ହୋଇଥାଏ। ଅଧିକ ମାତ୍ରାରେ ଚା’, କଫି ଋତୁସ୍ରାବ ସମୟରେ ପିଇଲେ ଏସବୁରେ ଥିବା କାଫିନ୍ ଯୋଗୁ ଯନ୍ତ୍ରଣା ବଢ଼ିଥାଏ । ଏହି ସମୟରେ ଆଲ୍କୋହଲ୍ ପିଇଲେ ଯନ୍ତ୍ରଣା ବଢିଥାଏ ଓ ଋତୁସ୍ରାବରେ ଅନିୟମିତା ସୃଷ୍ଟି ହେବାର ରହିଥାଏ ଆଶଙ୍କା। ଋତୁସ୍ରାବ ସମୟରେ କିଛି ଛୋଟ ମୋଟ କାମ ଅଥବା ବ୍ୟାୟାମ କଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହୋଇଥାଏ ଓ ଯନ୍ତ୍ରଣାରୁ ଆରାମ ମିଳିଥାଏ ।