ଡିସେମ୍ବର ୧୯ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରସର ସମାବେଶ

ଡିସେମ୍ବର ୧୯ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରସର ସମାବେଶ

ଡିସେମ୍ବର ୧୯ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରସର ସମାବେଶ
ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ଆସନ୍ତା ଡିସେମ୍ବର ୧୯ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଓଡିଶାର ଛାତ୍ର ସମାଜ ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାର ପାଇଁ ଲଢେଇ ଉଦେ୍ଧଶ୍ୟରେ ଏକ ବିଶାଳ ସମାବେଶ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ଲଢେଇର ନାମ କମ୍ପନ ଦିଆଯାଇଛି ବୋଲି ଶ୍ରୀ ନୱାଜ କହିଛନ୍ତି । ନବୀନ ସରକାର ଓ ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ଛାତ୍ର କଂଗ୍ରେସ ଅବିସାନ୍ତ ଲଢେଇ କରିବ ଏବଂ କମ୍ପନ ସମାବେଶର ବାର୍ତା ଓଡିଶାର କୋଣ ଅନୁକୋଣର ଛାତ୍ର ସମାଜର ହୃଦୟରେ କମ୍ପନ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଆଇସିସି ପ୍ରଭାରୀ ଡା.ଚେଲ୍ଲାକୁମାର ଏଆଇସିସି ସଂପାଦକ ଶ୍ରୀ ରୁଦ୍ରରାଜୁ, ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଶ୍ରୀ ରୋଶନ ଲାଲବିଟୁ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃ ବୃନ୍ଦ ଯୋଗଦେବେ । ଛାତ୍ର କଂଗ୍ରେସର ସମସ୍ତ କର୍ମୀ ଓ ସମର୍ଥକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଶ୍ରୀ ନୱାଜ ଅନୁରୋଧ କରିଛନ୍ତି ।