ଡାକ୍ତରଙ୍କୁ ନେଇ ନୂଆ ନିଦେ୍ର୍ଧଶନାମା ଜାରି କଲେ ରାଜ୍ୟ ସରକାର

ଡାକ୍ତରଙ୍କୁ ନେଇ ନୂଆ ନିଦେ୍ର୍ଧଶନାମା ଜାରି କଲେ ରାଜ୍ୟ ସରକାର

ଡାକ୍ତରଙ୍କୁ ନେଇ ନୂଆ ନିଦେ୍ର୍ଧଶନାମା ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହ ହେଲା ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଗଲା । ଓଏଚଏମଏସ, ଓଏମଇଏସ, ଆୟୂଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଏବଂ ଶେଷବର୍ଷ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ । ନର୍ସ ଓ ପାରାମେଡିକାଲ ଷ୍ଟାଫ ମଧ୍ୟ ସାମୟିକ ଭାବେ ରାଜ୍ୟ ଅଧୀନକୁ ଆସିଲେ । ତେବେ ଏମାନେ ‘ଷ୍ଟଟ ପୁଲ’ ଦ୍ୱାରା ନିୟୋଜିତ ହେବେ । କୋଭିଡ୍ ପରିଚାଳନା ପାଇଁ ଏମାନଙ୍କୁ ନ୍ିୟୋଜିତ କରାଯିବ ।