ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରୁ ମାସ୍କ କଟକଣା ହଟାଇଲା ଆମେରିକା

ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରୁ ମାସ୍କ କଟକଣା ହଟାଇଲା ଆମେରିକା

ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରୁ ମାସ୍କ କଟକଣା ହଟାଇଲା ଆମେରିକା
ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ବିଭିନ୍ନ କଟକଣା କୋହଳ କରାଯାଇଛି । ଉଭୟ ଡୋଜ ଟିକା ନେଇ ସାରିଥିବା ବ୍ୟକ୍ତିଙ୍କ ଉପରୁ ମାସ୍କ କଟକଣା ହଟାଇ ଦିଆଯାଇଛି । ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଥିଲେ ସାମାଜିକ ଦୂରତା ପାଳନ କରିବା ମଧ୍ୟ ଆବଶ୍ୟକ ହେବ ନାହିଁ । ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ପକ୍ଷରୁ ଗୁରୁବାର ଏକ ନିଦେ୍ର୍ଧଶନାମା ଜାରି କରି ଏହି ସୂଚନା ଦିଆଯାଇଛି । ତେବେ ବସ, ଟ୍ରେନ, ବିମାନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରଖାଯାଇଛି । ହସ୍ପିଟାଲ ପରିସରରେ ମଧ୍ୟ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ । ସମ୍ପୂର୍ଣ୍ଣ ରୂପେ ଟିକା ନେଇ ନଥିବା ଲୋକଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଆଦି ନିୟମ ପୂର୍ବ ଭଳି ବଳବତ୍ତର ରହିବ । ହ୍ୱାଇଟ ହାଉସ ସହ ଆଲୋଚନା କରି ସିଡିସି ଏହି ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏ ନେଇ କହିଛନ୍ତି ଯେ ଏହା ନିଶ୍ଚିତ ରୂପେ କରୋନା ବିରୋଧରେ ବିଜୟ । ସ୍ଥିତି ଧୀରେ ଧୀରେ ପୂର୍ବ ଭଳି ହେବାରେ ଲାଗୁଛି । ଖୁବ କମ ଦିନ ମଧ୍ୟରେ ଅନେକ ଲୋକଙ୍କୁ ଟିକା ଦିଆଯାଇ ଆମେରିକା ଏହି ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି ।