ଟ୍ରେନ ଲାଇନରୁ ଡିଏସପି ପତ୍ନୀଙ୍କ ମୃତଦେହ ଉଦ୍ଧାର ।

ଟ୍ରେନ ଲାଇନରୁ ଡିଏସପି ପତ୍ନୀଙ୍କ ମୃତଦେହ ଉଦ୍ଧାର ।

ଟ୍ରେନ ଲାଇନରୁ ଡିଏସପି ପତ୍ନୀଙ୍କ ମୃତଦେହ ଉଦ୍ଧାର ।
ବ୍ରହ୍ମପୁର: ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଗଜପତି ଜିଲ୍ଲାର ଡିଏସପିଙ୍କ ପତ୍ନୀ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ସହ ବୈଦଦାଥପୁର ଥାନା ଖଡ଼ାସିଂରେ ରହୁଥିଲେ । ତେବେ କେଉଁ ପରିସ୍ଥିତିରେ ସମ୍ପୃକ୍ତ ମହିଳାଙ୍କ ମୃତୁ୍ୟ ହେଲା ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ । ଏନେଇ ପୁଲିସ ଖବର ପାଇ ମୃୃତଦେହ ଜବତ କରିବା ସହ ଘଟଣାର ଖୋଳତାଡ଼ କରୁଛି । ଅନ୍ୟପକ୍ଷରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।