ଟ୍ରାଫିକରେ ମିଳିଲା ଜୀବନସାଥି
ଟ୍ରାଫିକରେ ମିଳିଲା ଜୀବନସାଥି
ଭାରତୀୟ ଜ୍ଞାନକୌଶଳ ପେଣ୍ଠସ୍ଥଳି ଭାବେ ବେଙ୍ଗଲୁର ନଗରୀକୁ ଜଣାଯାଏ । ଏହି ସହରରେ ପ୍ରତି ଟ୍ରାଫିକ ଜାମ ହେବା ଏକ ସାଧାରଣ କଥା । ଛୁଟି ଦିନ ହେଉ କିମ୍ବା ଅନ୍ୟ ଦିନ ରାସ୍ତାରେ ସବୁବେଳେ ଗାଡି ମଟର ଭିଡ ଦେଖିବାକୁ ମିଳେ । ଜରୁରୀ କାମ ଥିଲେ ସେଠି ଲୋକେ ଘଣ୍ଟେପୂର୍ବରୁ ଘରୁ ବାହାରିଯାନ୍ତି । ଟ୍ରାଫିକ୍ ଜାମରେ କେହି ଅତିଷ୍ଠ ହୋଇଯାଉଥିଲା ବେଳେ ଅନ୍ୟ କାହା ଜୀବନର ଗତି ଏହା ପାଇଁ ବଦଳିଯାଏ ।
ଏହି ଜାମରେ ଆରମ୍ଭ ହୋଇପାଇଥିବା ପ୍ରେମ କାହାଣୀ ବିଷୟରେ ପୁରା ବିଶ୍ୱରେ ଚର୍ଚ୍ଚା ହେଉଛି । ବେଙ୍ଗଲୁରୁର ଜଣେ ଯୁବକ ଟ୍ରାଫିକ ଜାମରେ ତାଙ୍କର ଜୀବନସାଥିକୁ ଭେଟିଥିଲେ । ଯୁବକ ସେଦିନ କୌଣସି କାମରେ ଘରୁ ବାହାରିଲେ । କାର ବୁକିଂ କରିଯାଉଥାନ୍ତି । ଅଧା ବାଟରେ ଜଣେ ଯୁବତୀ କାରରେ ଶେୟାର କରି ବସିଲା । ଟ୍ରାଫିକ ଜାମ ପାଇଁ ଗାଡି ଅଟକିଲା । ଏଥିପାଇଁ ଗାଡି ଠିକଣା ଜାଗାରେ ପହଞ୍ଚôବା ସମ୍ଭବ ହେଲା ନାହିଁ । ଶେଷରେ ଗାଡିରୁ ଉହ୍ଲାଇ ପାଖ ରେସ୍ତୋରାଁରେ ଖାଇବାକୁ ସ୍ଥିରକଲେ । ଏହିପରି ଭାବରେ ବନ୍ଧୁତା ବଢିଥିଲା । କିଛି ବର୍ଷ ପରେ ଦୁହେଁ ବିବାହ ମଧ୍ୟ କଲେ । ସେମାନଙ୍କର ଏହି ପ୍ରେମକାହାଣୀ ଦେଶରୁ ଯାଇ ବିଦେଶରେ ପହଞ୍ଚôଲାଣି ।




admin 