ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ୨ ବାଇକ ଆରୋହୀ ମୃତ
ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ୨ ବାଇକ ଆରୋହୀ ମୃତ
କୋରାପୁଟ: କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କୋରାପୁଟ ସଦର ମାଛରା ଗ୍ରାମର ମଦନ ଭୋଇ ଓ ଶିବୋ ଭୋଇ
କୋରାପୁଟ ସହରରୁ ମାଛରା ଗ୍ରାମକୁ ବାଇକରେ ମଦନ ଓ ଶିବୋ ଫେରୁଥିଲେ। କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ଏକ କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କୋରାପୁଟ ଟାଉନ ଓ ସଦର ଥାନା ପୁଲିସ ପହଞ୍ଚି ବାଇକ ଓ ଟ୍ରକ କୁ ଜବତ କରିଛି ।




admin 