ଟୋକିଓରେ ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଟୋକିଓରେ ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଟୋକିଓରେ ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ


ଟୋକିଓ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ । ଜୁଲାଇ ୮ ରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିକାର ହୋଇ ପ୍ରାଣ ହରାଇଥିଲେ ସିଞ୍ଜୋ । ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦାରେ ସମ୍ପନ୍ନ ହେବା ନେଇ ଧାର୍ୟ୍ୟ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି । ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ସିଞ୍ଜୋଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି ।
ଜୁଲାଇ ୮ ତାରିଖ ଜାପାନର ସ୍ଥାନୀୟ ସମୟ ୧୧.୩୦ରେ ଓସାକା ସହରରେ ସିଞ୍ଜୋ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାବେଳେ ହଠାତ ଖୁବ ନିକଟରୁ ଗୁଳିମାଡ କରିଥିଲା ଜଣେ ଦୁର୍ବୃତ୍ତ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳି ଚଳାଇଥିବା ଆତତାୟୀଜଣଙ୍କ ଜଣେ ପୂର୍ବତନ ନୌସେନା ଅଧିକାରୀ ଭାବେ ମଧ୍ୟ ଚିହ୍ନଟ ହୋଇଥିଲା ।
ତେବେ ଜାପାନର ପରମ୍ପରା ଅନୁସାରେ ଆଜି ସିଞ୍ଜୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ଜାପାନ ପକ୍ଷରୁ ସ୍ଥିର କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବହୁ ବିଶିଷ୍ଟ ରାଷ୍ଟ୍ରମୁଖ୍ୟ ମଧ୍ୟ ଜାପାନ ଗସ୍ତ କରିବେ । ସିଞ୍ଜୋଙ୍କ ଶେଷକୃତ୍ୟ ରାଜଧାନୀ ଟୋକିଓରେ ହେବାକୁ ଯାଉଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି ଜାପାନ ସରକାର ।