ଟିକାକରଣରେ ସାମିଲ ହେଲେ ଉଠାଦୋନାନୀ

ଟିକାକରଣରେ ସାମିଲ ହେଲେ ଉଠାଦୋନାନୀ

ଟିକାକରଣରେ ସାମିଲ ହେଲେ ଉଠାଦୋନାନୀ
ଭୁବନେଶ୍ୱର:ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସର ଶିକ୍ଷକଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଊଦ୍ଧ୍ୱର୍ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଛି । ଉଠା ଦୋକାନୀ, ମଲ, ରେଷ୍ଟୁରାଣ୍ଟ ଓ ବିଦୁ୍ୟତ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ । ୫ଟି ବର୍ଗର ୨୦ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରିଛୁ । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବା ଆମର ଲକ୍ଷ୍ୟ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।