ଟିକା ନନେଲେ ମିଳିବେନି ପ୍ରେମିକା ଅବା ଜୀବନ ସାଥି, ସର୍ଭେରୁ ଆସିଛି ଏମିତି ତଥ୍ୟ

ଟିକା ନନେଲେ ମିଳିବେନି ପ୍ରେମିକା ଅବା ଜୀବନ ସାଥି, ସର୍ଭେରୁ ଆସିଛି ଏମିତି ତଥ୍ୟ

ଟିକା ନନେଲେ ମିଳିବେନି ପ୍ରେମିକା ଅବା ଜୀବନ ସାଥି, ସର୍ଭେରୁ ଆସିଛି ଏମିତି ତଥ୍ୟ
ଭାରତରେ କରୋନାର କାୟା ଦ୍ରୁତ ଗତିରେ ବଢିବା ସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଟିକା ପାଇବା କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଏହା ଆବଶ୍ୟକ ହୋଇପଡିଛି । ଏକ ସର୍ଭେ ଅନଲାଇନ ଡେଟିଂ କ୍ୱାକ୍ୱେକ୍ ରୁ ଜଣା ପଡିଛି ଯେ ଲୋକମାନେ ଆଣ୍ଟି-ଭ୍ୟାକ୍ସର ଅପେକ୍ଷା ପ୍ରୋ-ଟିକା ଉପରେ ବେଶି କଥାବାର୍ତ୍ତା କରିବାର ସମ୍ଭାବନା ଅଧିକ ରହୁଛି । ୧୮ରୁ ୩୦ ବର୍ଷ ବୟସ୍କ ଲୋକମାନେ ଟିକା ନେଇସାରିଲା ପରେ ହିଁ ନିଜ ଡେଟିଙ୍ଗ୍ ପୁରା କରିବା କଥା ଭାବୁଛନ୍ତି । ୩୦ରୁ ଉର୍ଦ୍ଧ ବୟସ୍କ ଲୋକ ଅନୁଭବ କରିଛନ୍ତି ଯେ, ଟିକାକରଣ ସେମାନଙ୍କ ପାଇଁ ଏକ ପ୍ରଥମ ସର୍ତ୍ତ । ଏହି ସର୍ଭେରୁ ଜଣାପଡିଛି ପ୍ରାୟ ୮୦ ପ୍ରତିଶତ ମହିଳା ଓ ୭୦ ପ୍ରତିଶତ ପୁରୁଷ ଟିକା ନେଇସାରିଥିବା ବ୍ୟକ୍ତିଙ୍କ ସହ ଡେଟିଙ୍ଗ୍ କରିବାକୁ ଚାହାଁନ୍ତି । ଟିକାକରଣ ହୋଇନଥିବା ବ୍ୟକ୍ତିଙ୍କ ସହ ଡେଟିଂ କରିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସମ୍ଭାବନା ଅଧିକ ରହିଛି । କ୍ୱାକ୍ୱେକ୍ ର ପ୍ରତିଷ୍ଠାତା ତଥା ସିଇଓ ରବି ମିତ୍ତଲ କହିଛନ୍ତି ଯେ ଏହି ସଂକଟ ସମୟରେ ସମସ୍ତଙ୍କ ମଙ୍ଗଳ ପାଇଁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ପ୍ରୋଟକଲ ବିଷୟରେ ଲୋକମାନେ କିପରି ଅବହେଳା କରୁ ନାହାଁନ୍ତି ସେହି ବିଷୟରେ ଏହି ସର୍ଭେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେ ଦ୍ୱତୀୟ ଲହର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିବାରୁ ଲୋକେ ଲକ୍ଡାଉନ, ମାସ୍କ, ଟୀକାକରଣ ବିଷୟରେ ବାର୍ତ୍ତାଳପ କରୁଛନ୍ତି । ବର୍ତ୍ତମାନ ଲୋକ ନିଜର ଯୋଡି ଖୋଜିବା ପୂର୍ବରୁ ଟୀକାକରଣ ହୋଇଛି କି ନାହିଁ ପ୍ରଶ୍ନ ପଚାରିବା ଆବଶ୍ୟକ । ଏହି କାରଣରୁ ଟୀକାକରଣ ଜଣେ ବ୍ୟକ୍ତିଙ୍କୁ ପସନ୍ଦ ଏବଂ ମନୋନୀତ ହେବା ପାଇଁ ଅତିରିକ୍ତ ଗୁଣ ହୋଇପଡିଛି । ତେଣୁ ଯଦି ତୁମେ ଟିକାକରଣ କରିନାହଁ ତେବେ ପ୍ରେମ ଓ ବିବାହ ବିଷୟରେ ମଧ୍ୟ ଭୁଲିଯିବାକୁ ପଡିବ ।