ଟାଟା ପାୱାର ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ଅଙ୍କୁଶ ନାହିଁ || କଟକ ଜ଼ିଲ୍ଲା କଂଗ୍ରେସ

@Tatapower @cuttack

ଟାଟା ପାୱାର ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ଅଙ୍କୁଶ ନାହିଁ || କଟକ ଜ଼ିଲ୍ଲା କଂଗ୍ରେସ

କଟକ ତା୧୭-୦୩-୨୦୨୪ରିଖ, ଟାଟା ପାୱାର ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ଅଙ୍କୁଶ ରଖିନାହନ୍ତି,ପ୍ରଶାସନର ବଡ ବଡିଆ ମାନଙ୍କ ସେବା ଆଗତୁରା ତତ୍ପରତାର ସହ ସାରି ଦେଉଛନ୍ତି ଟାଟା ପାୱାର ଅଧିକାରୀମାନେ। ମାତ୍ର ସାଧାରଣ ଉପଭୋକ୍ତାଙ୍କୁ ସେବା ପ୍ରଦାନରେ ଅସଫଳ ଓ ଶୋଷଣ କରିଚାଲିଛି ବୋଲି କଟକ ଜିଲ୍ଲା କଂଗ୍ରେସ ମୁଖ୍ଯ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ ଏକ ପ୍ରେସ ମିଟ୍ ଆୟୋଜନ କରି ଜଣାଇଛନ୍ତି। ଏଥିରେ ଅଂଶଗ୍ରହଣ କରିଥିଲେ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଶ୍ରୀଯୁକ୍ତ ଆଲୋକ ପ୍ରସାଦ ନନ୍ଦ, ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ, ମନୋଜ ବିଶ୍ଵାଳ, ଉଗ୍ରସେନ ଭୁୟାଂ, ରୋହିତ ସ୍ବାଇଁ, କ୍ଷିତେନ୍ଦ୍ର ଜେନା।

ଆଗୁଆ କୌଣସି ତଥ୍ୟ ପ୍ରଦାନ ନକରି ମନଇଛା ପାୱାର କାଟ କରୁଛି , ଗତ ତା୧୫-୦୩-୨୦୨୪ରିଖ ମଧ୍ୟରାତ୍ରି ପାଖାପାଖି ପ୍ରାୟ ୧୨ଟା ଠାରୁ ପରଦିନ ତା୧୬ -୦୩-୨୦୨୪ରିଖ ଭୋର ୬ଟା ସମୟ ପର୍ଯ୍ୟନ୍ତ କଲ୍ୟାଣୀ ନଗର ଗ୍ରୀଡ ଅନ୍ତର୍ଗତ ମଧୁପାଟଣା,ରାଜେନ୍ଦ୍ର ନଗର, କଲ୍ୟାଣୀ ନଗର,ଅନ୍ଦରପୁର,ଦରଖାପାଟଣା,  ଖପୁରିଆ, ନୂଆପଡ଼ା, ଗୋଶାଳା ଓ  ଚାଉଳିଆଗଞ୍ଜ ଆଦି ଅଞ୍ଚଳ ସମ୍ପୂର୍ଣ ଭାବେ ପାୱାର କଟ ହେଇ ଯାଇ ଥିଲା। ଏବାବଦ ଟାଟା ପାୱାର ଖପୁରିଆ ଇଲେକ୍ଟ୍ରିକ ଅଫିସ ଓ ଜେଇ, ଏବଂ ନିର୍ବାହୀ ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ବେ କେହି ମଧ୍ଯ ଫୋନ ଉଠାଇ ନଥିଲେ। ସାରାରାତି ଅସହ୍ଯ ଗରମରେ ଛଟପଟ ହୋଇଥିଲେ  ଶିଶୁ, ରୋଗୀ ବୟସ୍କ ଓସାଧାରଣ ଜନତା। ଗତକାଲି ମଧ୍ଯ ଦିନତମାମ ଅଧିକାଂଶ ଅଞ୍ଚଳ ଲାଇନ୍ ବାରମ୍ବାର କଟିଥିଲା। ଟାଟା ପାୱାର ଅଧିକାରୀ ମାନଙ୍କ ଅତି ଖାମଖିୟାଲି ମନୋଭାବ ଗ୍ରାହକ ଅତ୍ୟଧିକ ମାନଙ୍କୁ ନିର୍ଯତନା ପ୍ରଦାନ କରୁଅଛି । ଏହାସହ ରାଜପଥରୁ ଉଠୁନି ଅବ୍ୟବହୃତ ୩୩ କେଭି ଟାୱାର, ଓଏମପି ଛକରୁ ଶିଖରପୁର ଆଧା ରାଜପଥ ଅବରୋଧ,ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ଓଏମପି ଛକରୁ ଶିଖରପୁର ୩୩ କେଭି ବିଶାଳ ଟାୱାର ମାନଙ୍କୁ ହଟାଇବା ବାବଦ ବାରମ୍ବାର ଅଭିଯୋଗ ଓ ଦାବି କରାଯିବା ସତ୍ତ୍ବେ ନ ଉଠାଯିବା ଟାଟା ପାୱାର ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ଯ ସାଧାରଣ ଲୋକଙ୍କ ଧନ ଜୀବନ ହାନିର କାରଣ ପାଲଟିଛି। ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ରଖୁନାହାନ୍ତି ଅଧିକାରୀ ଯେ ମୁଲ୍ୟବାନ ପୁରୁଣା ଯନ୍ତ୍ରାଂଶ ସବୁକୁ କିଏ ମବୁ ମିଳି ମିଶି ବିକ୍ରି କରି ଚଳୁ କରିଦେଉଛନ୍ତି, ସାର୍ବଜନୀନ କରୁନାହାନ୍ତି ଏସବୁର। ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଏ ବାବଦ ଜିଲ୍ଲା କଂଗ୍ରେସ ବାରମ୍ବାର ଅବଗତ ଓ ଅଭିଯୋଗ ପ୍ରଦାନ କରିବା ସତ୍ତ୍ବେ ମଧ୍ଯ ସେ ଅଭିଯୋଗ ପତ୍ର ସବୁକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ ନକରି ଚାପି ଦେଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରୁଛି। ହାଇୱେ ମଝି ଅଂଶରେ ଅଲଗା ଭାବେ ବଙ୍କାଟଙ୍କା ହେଇ ପୋତାଯାଇଛି ୧୧ କେଭି ସର୍ଭିସ ତାର। ରାସ୍ତାର ସମ୍ପୂର୍ଣ୍ଣ କଡରେ ଆଧାରୁ କମ୍ ସିଫ୍ଟିଙ୍ଗ କରି ଅନ୍ଯ ବଳକା ଖୁଣ୍ଟି ଗୁଡିକ ଘୁଞ୍ଚାଉ  ନାହାନ୍ତି ରାସ୍ତାର ଧାରକୁ। ଖୁଣ୍ଟି ସଂସ୍ପର୍ଶରେ ଆସୁଥିବା ନିକଟସ୍ଥ କୋଠା ବା ଘରମାନଙ୍କର ଅତି ନିକଟରେ ଜାଲି ପରି ଛନ୍ଦି ରହିଛି ତାର ମାନ। ଅତି ମାରାତ୍ମକ ଭାବରେ ଝୁଲି ରହିଛି ଏ ତାର ଓ ଖୁଣ୍ଟି। ଉଛେଦ କରି ସଠିକ ଯାଗାରେ ଲଗାଇବା ବାବଦ ଅନେକ ଲିଖିତ ଅଭିଯୋଗ ମାନ ପରେ ବିଭିନ୍ନ ଆଳରେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ବ ହେବ ଡେରି କରି ଆସୁଛନ୍ତି ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତି, ତଳ କର୍ମଚାରୀଙ୍କୁ ଦାୟୀତ୍ବ ଦେଇଛନ୍ତି ଲାଞ୍ଚ ସଂଗ୍ରହ ପାଇଁ, ଯିଏ ଲାଞ୍ଚ ଦେଉଛନ୍ତି ଏକପ୍ରକାର ବାଧ୍ଯ ବାଧକତାରେ ତେବେ ତାଙ୍କୁ ସୁବିଧାସୁଯୋଗ ଉପଲବ୍ଧ କରାଯାଉ ଅଛି। ସାଧାରଣ ଉପଭୋକ୍ତା ଲାଇନ ଲଗାଇ ଆସିବେ,ବାରମ୍ବାର ଦୌଡାଇ ଶେଷରେ ଲାଞ୍ଚ ନେଇ କାମ କରିବେ ଟାଟା ପାୱାର ଅଧିକାରୀମାନେ। ବର୍ତ୍ତମାନ କିଛି ଟାଟା ପାୱାର ଅଧିକାରୀମାନେ ଉପରିସ୍ଥତଙ୍କୁ ଦବା ନବା କରି ଏ ଅଞ୍ଚଳକୁ ଦୀର୍ଘ ବର୍ଷ ବର୍ଷ ଧରି ନିଜ କବଜାକୁ ନେଇ ସାଥି ଠିକାଦାରଙ୍କ ଜରିଆରେ ରାଜସ୍ବ ଲୁଟପାଟ କରୁଥିବା ଅଭିଯୋଗ ପରେ ମଧ୍ଯ ପ୍ରଶାସନର ନିରବତା ଭାଗୀଦାରୀରେ ଭାଗ ବ୍ୟବସ୍ଥାକୁ ସିଧା ସଳଖ ଇଙ୍ଗିତ କରୁଛି। ଏ ଦୁର୍ନୀତିଗ୍ରସ୍ତ ଟାଟା ପାୱାର ଅଧିକାରୀମାନଙ୍କୁ ପ୍ରଶାସନ ତରଫରୁ ତୁରନ୍ତ ବଦଳି କରି ହଟାଇ ଯୋଗ୍ଯ ସଚ୍ଚୋଟ ବ୍ୟକ୍ତି ନିଯୁକ୍ତି ବ୍ୟବସ୍ଥା ପାଇଁ କଟକ ଜିଲ୍ଲା କଂଗ୍ରେସ ଦାବୀ । ବିଜୁଳିକାଟ ପାଇଁ ଯେଉଁ ସମୟ ଘୋଷଣା କରାଯାଉଛି, ସେ ସମୟରେ ନକାଟି ଶାସକ ନେତାଙ୍କ ଇଙ୍ଗିତରେ ମନଇଛା କରେଣ୍ଟ୍ କାଟୁଛନ୍ତି, ଅଭିଯୋଗ କରିବାରୁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଉପଭୋକ୍ତାଙ୍କୁ ବୁଝାଇବା ବଦଳରେ ଦୁର୍ବ୍ୟବହାର କରୁଛନ୍ତି। ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ପୁଣି ସାଧାରଣ କର୍ମଚାରୀ ନୁହନ୍ତି, ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତି। ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ଶକ୍ତିବିଭାଗ, ଟାଟା ପାୱାରର ସର୍ବୋଚ୍ଚ ଅଧିକାରୀଙ୍କୁ ଅଭିଯୋଗ କଲାପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ମହାନଦୀବିହାର ସେକ୍ସନ୍ ଅନ୍ତର୍ଗତ ଟାନ୍ସଫରମର ଅପଗ୍ରେଡ ବାବଦ ଘୋଷଣା ଅନୁସାରେ ଟାଟା ପାୱାର କର୍ତ୍ତୃପକ୍ଷ ସକାଳେ ବିଜୁଳି କାଟ ନକରି ଅପରାହ୍ଣରେ ବିଜୁଳି କାଟ କଲେ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ କରେଣ୍ଟ ଦେଲେ ନାହିଁ। ଲୋକଙ୍କର ସମସ୍ୟା ହେବାକୁ ବହୁ ଉପଭୋକ୍ତ ବ୍ୟସ୍ତ ହୋଇ କର୍ତ୍ତୃପକ୍ଷଙ୍କୁ ଫୋନ୍ କଲେ। ସଂପୃକ୍ତ ଅଞ୍ଚଳବାସିନ୍ଦା ତଥା ଟାଟା ପାୱାର କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିଥିଲେ। ଟ୍ରାନ୍ସଫରମର ଅପଡେସନ୍ କାର୍ଯ୍ୟ ଚାଲଛି ବୋଲି ସଂପୃକ୍ତ କନିଷ୍ଟ ଯନ୍ତ୍ରୀ ଉତ୍ତର ଦେଇଥିଲେ। ବିଜୁଳି ଆସିବାର ବିଳମ୍ବ ହେବାକୁ ପୁଣି କନିଷ୍ଟ ଯନ୍ତ୍ରୀ ଫୋନ କରିବାୁ ଆଉ ସେ ଫୋନ୍ ଉଠାଇନ ଥିଲେ। ଟାଟା ପାୱାର ବାଦାମବାଡ଼ି କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତିଙ୍କ ଫୋନ କରିବାରୁ ଶାସକ ନେତାଙ୍କର ଅନୁସାରେ ସକାଳେ ବିଜୁଳି କାଟ୍ ବନ୍ଦ ରହିଲା ଓ ଏବେ କାମ ଚାଲିଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ସଂଧ୍ୟା ସାଢ଼େ ୫ଟା ହେଲା କିନ୍ତୁ କରେଣ୍ଟ ଆସିଲା ନାହିଁ। ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଅଘୋଷିତ ବିଜୁଳିକାଟ ପାଇଁ ସଂଧ୍ୟାରେ ଅନ୍ଧାରରେ ସଂପୃକ୍ତ ଅଞ୍ଚଳବାସୀ ହଇରାଣ ହରକତ ହେବା  ସହିତ ଛାତ୍ରଛାତ୍ରୀ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଲେ ଓ ଅଞ୍ଚଳରେ ସମସ୍ତ ହସ୍ପିଟାଲର ରୋଗୀ ସମ୍ପର୍କୀୟଙ୍କ ସହ ପିଇବା ପାଣି ମଧ୍ୟ ପାଇଲେ ନାହିଁ। ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ ଦେବା ସହ ଏ ସ୍ୱେଚ୍ଛାଚାରୀ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳିକରି ସଚ୍ଚୋଟ କର୍ମଚାରୀଙ୍କୁ ନିଯୁକ୍ତି ଦାବୀରେ ମୁଖ୍ୟମନ୍ତ୍ରୀ, ଶକ୍ତି ବିଭାଗ ଓ ଟାଟା ପାୱାର ସର୍ବୋଚ୍ଚ ଅଧିକାରୀମାନଙ୍କୁ ଦାବୀ ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ।