ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ନେଇ ବଡ ଖବର, ଜାଣନ୍ତୁ  କ’ଣ

 

ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ୟ୍ୟାୟରେ ଆୟୋଜିତ କରାଯିବ । ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍‌ରେ ଜେଇଇ ମେନ ଅନୁଷ୍ଠିତ ହେବ  ।

ଜାନୁଆରୀ ୨୪,୨୫,୨୭,୨୮,୨୯,୩୦, ୩୧ରେ ପ୍ରଥମ ସେସନ୍‌ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୬,୮,୧୦,୧୧,୧୨ରେ ଦ୍ବିତୀୟ ସେସନ୍‌ ପରୀକ୍ଷା ହେବ  । ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ ଜାରି ରହିବ  । ଏଥର ବି କେବଳ ଅନଲାଇନରେ ଆବେଦନ କରିବା ସହ ୧୧ ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ  ।

ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ  । ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷା ୨୦୨୩ ମେ ୭ରେ ଅନୁଷ୍ଠିତ ହେବ  । ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ମେ ୨୧ରୁ ୩୧ ମଧ୍ୟରେ ହେବ  । ଆଇସିଏଆର ଏଆଇଇଇଏ ୨୦୨୩ ପରୀକ୍ଷା ଏପ୍ରିଲ ୨୬ରୁ ୨୯ ମଧ୍ୟରେ ହେବ